ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୦.୨% ପ୍ରତିଶତ ମତଦାନ

ତୃତୀୟ  ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଆଜି ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୪ ସିଟ୍ ପାଇଁ ପଡୁଛି ଭୋଟ୍ । ସନ୍ଧ୍ୟା ୫ଟା ସୁଦ୍ଧା ମୋଟ ୬୦.୨% ଭୋଟ୍ ହେଇଥିବା ନେଇ ସୂଚନା ମିଳିଛି । ତେବେ ରାଜ୍ୟୱାରୀ ଭୋଟଦାନ ଦେଖିଲେ, ଆସାମରେ ସର୍ବାଧିକ ୭୪.୯ ପ୍ରତିଶତ ଭୋଟ୍ ହେଇଛି । ସେହିପରି ମହାରାଷ୍ଟ୍ରରେ ସର୍ବନିମ୍ନ ୫୩.୪ ପ୍ରତିଶତ ଭୋଟିଂ ହେଇଛି ।ଅନ୍ୟପଟେ ବିହାରରେ ୫୬.୦୧ ପ୍ରତିଶତ, ଛତିଶଗଡରେ ୬୬.୮୭ ପ୍ରତିଶତ, ଗୁଜରାଟରେ ୫୫.୨୨ ପ୍ରତିଶଥ, କର୍ଣ୍ଣାଟକରେ ୬୬.୦୫ ପ୍ରତିଶତ, ମଧ୍ୟପ୍ରଦେଶରେ ୬୨.୨୮ ପ୍ରତିଶତ ଭୋଟ୍ ପଡିଛି । ସେହିପରି ପଶ୍ଚିମବଙ୍ଗରେ ୭୩.୯୩ ପ୍ରତିଶଥ ଭୋଟିଂ ହେଇଛି ।

ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୋଟ୍ ଦେଇଛନ୍ତି । ଏଥିସହ ଜନସାଧାରଣ ମଧ୍ୟ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ୍ କରିବାକୁ ମୋଦୀ ଅପିଲ୍ କରିଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ୧୩୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଯେଉଁଥିରେ ପାଖାପାଖି ୧୨୦ ମହିଳା ପ୍ରାର୍ଥୀ ରହିଛନ୍ତି । ଏଥିସହ ଅମିତ ଶାହା, ଜ୍ୟୋତିରାଦିତ୍ୟ ସିନ୍ଧିଆ, ମନସୁଖ ମାଣ୍ଡଭ୍ୟ, ପ୍ରହଲ୍ଲାଦ ଯୋଶୀ, ଏସପି ସିଂହ ବଘେଲଙ୍କ ବଳି ନେତାଙ୍କର ଏହି ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା ହେଉଛି । ଦେଶରେ ହେଇଥିବା ପ୍ରଥମ ଦୁଇଟି ଚରଣରେ ମୋଟ ୧୮୯ ସିଟରେ ଭୋଟିଂ ଶେଷ ହେଇସାରିଛି । ଆଗକୁ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍ ୧ ତାରିଖରେ ଯଥାକ୍ରମେ ଚତୁର୍ଥ, ପଞ୍ଚମ, ଷଷ୍ଠ ଏବଂ ସପ୍ତମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଅଛି ।

Related Articles

Back to top button