ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆମ୍ ଆଦମୀ ପାର୍ଟିର ନିଲମ୍ବିତ ସାଂସଦ ରାଘବ ଚଢ଼ା

ରାଜ୍ୟସଭାରୁ ନିଲମ୍ବିତ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆବେଦନ କରି ତାଙ୍କ ନିଲମ୍ବନକୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଅଗଷ୍ଟ ମାସରେ ସଂସଦ ଅଧିବେଶନ ସମୟରେ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯାଇଥିଲା। ଦିଲ୍ଲୀ ସେବା ବିଲ୍ ସମ୍ବନ୍ଧରେ ପାଞ୍ଚ ସାଂସଦଙ୍କ ନକଲି ଦସ୍ତଖତ ଅଭିଯୋଗରେ ସେ ବର୍ତ୍ତମାନ ଗୃହରୁ ନିଲମ୍ବିତ ଅଛନ୍ତି।

ଏ ବାବଦରେ ବିଶେଷ ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ରାଘବ ଚଢ଼ା ରାଜ୍ୟସଭାରୁ ନିଲମ୍ବିତ ରହିବେ। ଯେଉଁମାନଙ୍କ ଦସ୍ତଖତ ଚଢ଼ା ନିଜ ଚିଠିରେ ଦେଖାଇଥିଲେ, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଦାବି କରିଥିଲେ ଯେ ବିନା ଅନୁମତିରେ ଦିଲ୍ଲୀ ସେବା ବିଲ୍‌କୁ ଚୟନ କମିଟିକୁ ପଠାଇବା ପ୍ରସ୍ତାବରେ ସେମାନଙ୍କ ନାମ ଉଲ୍ଲେଖ କରାଯାଇଥିଲା।

ଏହି ପ୍ରସ୍ତାବକୁ ଆପ୍‌ ସାଂସଦ ଉପସ୍ଥାପନ କରିଥିଲେ। ଏ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତଦନ୍ତ ଦାବି କରିଥିଲେ। ଗୃହରେ ତଦନ୍ତ ନିର୍ଦ୍ଦେଶ ଦେବା ସହିତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଚଢ଼ାଙ୍କୁ ନିଲମ୍ବିତ କରାଯାଇଥିଲା। ରାଘବ ଚଢ଼ା ବର୍ତ୍ତମାନ ଏହାକୁ ଚ୍ୟାଲେଞ୍ଜ କରିଛନ୍ତି।

ସେପଟେ ରାଘବ ଚଢ଼ା ବଙ୍ଗଳା ବିବାଦ ମାମଲାରେ ମଧ୍ୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦ୍ୱେଷଭାବରୁ ବିଜେପିର ନିର୍ଦ୍ଦେଶରେ ମୋଠାରୁ ଘର ଛଡ଼ାଇ ନେବାକୁ କାର୍ଯ୍ୟାନୁଷ୍ଠାନ ଚାଲିଛି। ଚାରି କୋଠରୀ ବିଶିଷ୍ଟ ଏହି ଘରକୁ ଛଡ଼ାଇ ନେବା ପାଇଁ ବିଜେପିର କାର୍ଯ୍ୟକଳାପ ଉପରେ ସାରା ଦେଶରୁ ଲୋକେ ମୋତେ ଭଲ ପାଇବା ଦେଉଛନ୍ତି। ଏହି ଘଟଣାରେ ଲୋକମାନଙ୍କ ହୃଦୟରେ ମୋର ଏକ ସ୍ଥାୟୀ ଜାଗା ସୃଷ୍ଟି ହୋଇଛି।

Related Articles

Back to top button