ସିବିଆଇ ରିପୋର୍ଟ ଅନୁସାରେ, ମହିଳା ଟ୍ରେନି ଡାକ୍ତରଙ୍କ ସହ ହୋଇ ନାହିଁ ଗଣ ଦୁଷ୍କର୍ମ

କୋଲକତାର ଆର.ଜି କର ମେଡିକାଲ କଲେଜ-ଡାକ୍ତରଖାନାରେ ଅଗଷ୍ଟ ୯ ତାରିଖରେ ଜଣେ ତାଲିମପ୍ରାପ୍ତ ମହିଳା ଡାକ୍ତରଙ୍କୁ ପ୍ରଥମେ ଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଯେଉଁ ଘଟଣାକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହି ମାମଲାରେ ଜଣେ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଗିରଫ କରାଯାଇଛି, ଯାହା ପରେ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବର୍ତ୍ତମାନ ପ୍ରମୁଖ ତଥ୍ୟ ସାମ୍ନାକୁ ଆସିଛି।ସିବିଆଇ ରିପୋର୍ଟ ଅନୁସାରେ, ମହିଳା ଟ୍ରେନି ଡାକ୍ତରଙ୍କ ସହ ଗଣ ଦୁଷ୍କର୍ମ ହୋଇ ନାହିଁ । ଅଭିଯୁକ୍ତ ସଞ୍ଜଜୟ ରୟ ଏହି ମାମଲାର ଜଣେ ହିଁ ଅଭିଯୁକ୍ତ । ଏନଡିଟିଭି ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଗଣ ଦୁଷ୍କର୍ମକୁ ପ୍ରତ୍ୟାଖ୍ୟାନ କରିଛି।ସିବିଆଇ ଅନୁସନ୍ଧାନରୁ ଜଣାପଡିଛି ଯେ ଡାକ୍ତରଙ୍କ ମୃତ୍ୟୁ ଏକ ଗଣ ଦୁଷ୍କର୍ମ ନୁହେଁ ବରଂ ସଞ୍ଜୟ ରୟଙ୍କ କେବଳ ଏହି ମାମଲାରେ ଜଡିତ ଅଛନ୍ତି । ତେବେ ଏପର୍ଯ୍ୟନ୍ତ ସିବିଆଇ ପକ୍ଷରୁ କୈଣସି ସରକାରୀ ବିବୃତ୍ତି ପ୍ରକାଶ କରାଯାଇ ନାହିଁ । ସୂଚନାନୁସାରେ, ସିବିଆଇ ତଦନ୍ତ ପ୍ରାୟ ସଂପୂର୍ଣ୍ଣ ହୋଇଛି ଏବଂ ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ। କୋଲକାତାରେ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଏପର୍ଯ୍ୟନ୍ତ ଶହେରୁ ଅଧିକ ଲୋକଙ୍କ ବିବୃତ୍ତି ରେକର୍ଡ କରିଛି ଏବଂ ୧୦ ଜଣଙ୍କ ଉପରେ ପଲିଗ୍ରାଫ୍ ପରୀକ୍ଷା କରାଯାଇଛି ।

Related Articles

Back to top button