ବର୍ଷିଆନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଗୁରୁତର : ସ୍ୱତନ୍ତ୍ର ଡାକ୍ତରୀ ଦଳ କରୁଛନ୍ତି ଚିକିତ୍ସା

ବଲିଉଡର ବର୍ଷିଆନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଗୁରୁତର। ଶନିବାର ସକାଳେ ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥତା ଅନୁଭବ କରିଥିଲେ ଏବଂ ପରେ ଛାତିରେ ଯନ୍ତ୍ରଣା ହେବାରୁ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା ।ମିଳିଥିବା ସୂଚନା ମୁତାବକ, ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ନିକଟରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ସମ୍ମାନଜନକ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସେପଟେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଫ୍ୟାନ୍ସ । ୭୩ ବର୍ଷୀୟ ମିଥୁନ ଚକ୍ରବର୍ତ୍ତୀ ଶନିବାର ସକାଳେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଶରୀରରେ ସାମାନ୍ୟ ଅସ୍ଥିରତା ମଧ୍ୟ ଅନୁଭବ କରିଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପୂର୍ବରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ କେମିତି ଅଛି, ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

Related Articles

Back to top button