ଅଭିନେତା ରିଓ କାପାଡ଼ିଆଙ୍କ ପରଲୋକ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରିଓ କାପାଡ଼ିଆଙ୍କର ପରଲୋକ ଘଟିଛି । ରିଓଙ୍କର ମୃତ୍ୟୁ ବାଦରେ ତାଙ୍କର ବନ୍ଧୁ ଫଇଜଲ ମଲିକ ସ୍ପଷ୍ଟ କରିଛନ୍ତି । ରିଓ ବଲିଉଡର ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ନିଜର ବଳିଷ୍ଠ ପ୍ରତିଭାର ପରିଚୟ ଦେଇଥିଲେ । ତାଙ୍କର ମୃତ୍ୟୁରେ ଫିଲ୍ମ ସହ ଜଡ଼ିତ ବହୁ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକ, ଟେକ୍ନିସିଆନ ଓ ଅଗଣିତ ପ୍ରଶଂସକମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ରିଓ ‘ଚକ ଦେ ଇଣ୍ଡିଆ’, ‘ହାପି ନ୍ୟୁ ଇୟର’, ‘ମର୍ଦ୍ଦାନୀ’, ‘ଖୁଦା ହାପିଜ୍’, ‘ଦି ବିଗ୍ ବୁଲ’, ‘ଏଜେଣ୍ଟ ବିନୋଦ’ ଆଦି ଅନେକ ଫିଲ୍ମରେ ଅଭିନୟ କରିଥିଲେ । ସେ ନିକଟରେ ‘ମେଡ୍ ଇନ୍ ହେଭେନ-୨’ର ଏକ ଏପିସୋଡରେ ଦେଖାଦେଇଥିଲେ । ଫିଲ୍ମ ବ୍ୟତୀତ ସେ ଟେଲିଭିଜନ ଦୁନିଆରେ ଜଣେ ବଡ଼ ଚେହେରା ଥିଲେ । ସେ ‘ସପନେ ସୁହାନେ ଲଡ଼କପନ କେ’, ସିଦ୍ଧାର୍ଥ ତେୱାରୀଙ୍କ ‘ମହାଭାରତ’ରେ ମଧ୍ୟ ଅଭିନୟ କରିଥିଲେ ।

ମୃତ୍ୟୁ ବେଳକୁ ରିଓଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ତାଙ୍କର ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ । ଆସନ୍ତା ୧୫ ତାରିଖରେ ମୁମ୍ବାଇ ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ସେ ଅଭିନେତା ଆମିର ଖାନ, ଶାହରୁଖ ଓ ରାଣୀ ମୁଖାର୍ଜୀଙ୍କ ପରି ବହୁ ବଡ଼ ବଡ଼ ସେଲିବ୍ରେଟୀଙ୍କ ସହ କାମ କରିଥିଲେ । ତାଙ୍କ ପରିବାରରେ ପତ୍ନୀ ମାରିଆ ଫରାହ ଓ ଦୁଇ ସନ୍ତାନ ଅମନ ଓ ବୀର ରହିଛନ୍ତି ।

Related Articles

Back to top button