ଦେଢ଼ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହେଲେ ବଲିଉଡ ଅଭିନେତା ବିବେକ ଓବରୟ

ଦେଢ଼ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହେଲେ ବଲିଉଡ଼ର ଲୋକପ୍ରିୟ ଅଭିନେତା ବିବେକ ଓବରୟ ଦେଢ଼ କୋଟିରୁ ଅଧିକ ଟଙ୍କା ଠକେଇର ଶିକାର ହେଲେ ବଲିଉଡ଼ର ଲୋକପ୍ରିୟ ଅଭିନେତା ବିବେକ ଓବରୟ। ସେ ପ୍ରାୟ ଦେଢ଼ କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି । ଆଉ ତାଙ୍କ ବିଜନେସ ପାର୍ଟନର ହିଁ ତାଙ୍କୁ ଠକିଥିବା ସୂଚନା ମିଳିଛି । ଏହାକୁ ନେଇ ବିବେକଙ୍କ ଚାଟାର୍ଡ଼ ଆକାଉଟାଂଟ ୩ ଜଣଙ୍କ ନାମରେ ଅନେ୍ଧରୀ ଇଷ୍ଟର ଏମଆଡ଼ିସି ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏବେ ଏହାକୁ ନେଇ ଯାଂଚ ଆରମ୍ଭ କରିଛି । ନିବେଶ କରିବା ଓ ସିନେମା ପ୍ରଯୋଜନା କରି ଭଲ ଲାଭ ପାଇବା ଆଶା ଦେଖାଇ ୩ ଜଣ ବ୍ୟକ୍ତି ତାଙ୍କ ଠାରୁ ଏହି ଟଙ୍କା ନେଇଥିବା କୁହାଯାଉଛି । କିନ୍ତୁ ଅଭିଯୁକ୍ତ ସେହି ଟଙ୍କାକୁ ନିଜ ବ୍ୟବହାରରେ ଲଗାଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁସାରେ ତିନି ଜଣଙ୍କ ମଧ୍ୟରେ ସିନେମା ପ୍ରଯୋଜକ ବି ରହିଛନ୍ତି ।

Related Articles

Back to top button