
ସୁପ୍ରିମକୋର୍ଟରେ ଅଦାନୀ ଗ୍ରୁପ୍ ମାମଲା: ହିଣ୍ଡେନବର୍ଗ ବିରୋଧରେ ଜନସ୍ୱାର୍ଥ ମାମଲା ଦାୟର
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା ଅଦାନୀ ଗ୍ରୁପ୍ ମାମଲା। ଆମେରିକା ସ୍ଥିତ ହିଣ୍ଡେନବର୍ଗ ରିସର୍ଚ୍ଚ କମ୍ପାନୀ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି। ସଂସ୍ଥା ବିଷୟରେ ତଦନ୍ତ କରିବାକୁ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଓକିଲ ଏମ୍ଏଲ୍ ଶର୍ମା।
ହିଣ୍ଡେନବର୍ଗର ରିପୋର୍ଟ ପାଇଁ କମ୍ପାନୀ କୋଟି କୋଟି ଟଙ୍କା କ୍ଷତି ହୋଇଛି। ନିବେଶକ ହଇରାଣ ହୋଇଛନ୍ତି। ତେଣୁ ହିଣ୍ଡେନବର୍ଗ ଓ ଏହାର ସଂସ୍ଥାପକ ନାଥନ ଆଣ୍ଡରସନଙ୍କ ବିରୋଧରେ ତଦନ୍ତ କରାଯାଉ ବୋଲି ଶ୍ରୀ ଶର୍ମା ଆବେଦନରେ ଦର୍ଶାଇଛନ୍ତି। କେବଳେ ସେତିକି ନୁହେଁ ଅଦାନୀ ଗ୍ରୁପ୍ରେ ନିବେଶ କରି କ୍ଷତି ସହିତ ଲୋକଙ୍କୁ ସଂସ୍ଥା କ୍ଷତିପୂରଣ ଦେଉ ବୋଲି ଆବେଦନରେ କୁହାଯାଇଛି।
ଆବେଦନରେ କୁହାଯାଇଛି ଯେ ଆଣ୍ଡରସନ ଭୁଲ ତଥ୍ୟ ଦେଇ ନିରିହ ନିବେଶକାରୀଙ୍କୁ ଠକିଛନ୍ତି। ତେଣୁ ତାଙ୍କ ବିରୋଧରେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ପଇସା ହରାଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଜନସ୍ୱାର୍ଥ ମାମଲାରେ କୁହାଯାଇଛି।