ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଶେୟାର ବଜାରରେ ପତନ, ଗୌତମ ଆଦାନୀଙ୍କର ପ୍ରାୟ ୨.୮୩ ଲକ୍ଷ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ: ଆମେରିକାର ପୁଞ୍ଜି ନିବେଶକାରୀ ସଂସ୍ଥା ଦ୍ୱାରା ଠକେଇ ଦାବି ପରେ ଦୋହଲି ଯାଇଛି ଗୌତମ ଆଦାନୀଙ୍କ ଭାଗ୍ୟ। ନିବେଶକମାନେ ଦ୍ୱିତୀୟ ଦିନ ପାଇଁ ତାଙ୍କ କମ୍ପାନୀ ଛାଡି ପଳାଇବା ପରେ ଶୁକ୍ରବାର ଦିନ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କର ପ୍ରାୟ ୨.୮୩ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ଆଦାନୀ ଗ୍ରୁପ୍ ଅଧୀନ କମ୍ପାନୀ ଗୁଡ଼ିକ ଶେୟାର ମୂଲ୍ୟ ହ୍ରାସ ଯୋଗୁ ଅନ୍ୟ କମ୍ପାନୀ ଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଦୁଇ ଦିନରେ ସନେସକ୍ସ ୧୬୪୦ ପଏଣ୍ଟ ହ୍ରାସ ପାଇଥିବାବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସେଚଞ୍ଜର ନିଫ୍ଟି ୪୦୦ ପଏଣ୍ଟ ହ୍ରାସ ପାଇଛି।

ଶେୟାର ବଜାରରେ ଏହି ପତନ ହେତୁ ବଜାରର ନିବେଶକମାନେ ବହୁ କ୍ଷତି ସହିଛନ୍ତି । ଗତ ଦୁଇଟି ବାଣିଜ୍ୟ ଦିବସରେ ହ୍ରାସ ହେତୁ ନିବେଶକମାନେ ୧୦.୭୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଏହି ସମୟରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ରେ ୧୮.୫୨% ଅର୍ଥାତ୍ ୬୨୭.୫୦ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଥିଲା। ଯାହା ଫଳରେ କମ୍ପାନୀର ଶେୟାର ମୂଲ୍ୟ ବର୍ତ୍ତମାନ ୨୭୬୧ ଟଙ୍କା ରହିଛି।

ଏବେ ଆଦାନୀ ବିଶ୍ୱର ତୃତୀୟ ଧନି ତାଲିକାରୁ କସି ୭ମ ସ୍ଥାନକୁ ଖସି ଆସିଛନ୍ତି । ଅନ୍ୟପକ୍ଷେ ଆଦାନୀ ସମୁହ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ହିଣ୍ଡେନ୍‌ବର୍ଗ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଏହାର ଜବାବରେ ହିଣ୍ଡେନବର୍ଗ ରିସର୍ଚ୍ଚ କହିଛି, ଆମ ଗବେଷଣାମୂଳକ ରିପୋର୍ଟ ସମ୍ପୁର୍ଣ୍ଣ ଭାବେ ତଥ୍ୟ ଆଧାରିତ । ତେଣୁ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁନାହିଁ ।

Related Articles

Back to top button