ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି କ୍ଷମା ମାଗିଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି କ୍ଷମା ମାଗିଛନ୍ତି । କଂଗ୍ରେସ ସାଂସଦଙ୍କ ରାଷ୍ଟ୍ରପତ୍ନୀ ବୟାନକୁ ନେଇ ଦେଶରେ ବଡ଼ ବିବାଦ ଜାରି ରହିଛି । ଏହାରି ଭିତରେ ସେ ରାଷ୍ଟ୍ରପତିଙ୍କୁ ଚିଠି ଲେଥି କ୍ଷମା ମାଗିଛନ୍ତି । ନିଜ ବିବାଦୀୟ ବୟାନକୁ ନେଇ ସେ କହିଛନ୍ତି, ଏହା ସ୍ଲିପ୍ ଅଫ ଟଙ୍ଗ ଥିଲା ।

ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି, ‘ରାଷ୍ଟ୍ରପତି ପଦକୁ ନେଇ ଭୁଲବଶତଃ ଏକ ଅଶୋଭନୀୟ ଶବ୍ଦର ବ୍ୟବହାର କରିଥିଲି । ମୁଁ ଭରଷା ଦେଉଛି ଯେ ଏହା ସ୍ଲିପ୍ ଅଫ ଟଙ୍ଗ ଥିଲା, ମୁଁ ଭୁଲ ମାଗୁଛି ଏବଂ ଆପଣ ଏହାକୁ ସ୍ୱୀକାର କରିବେ ବୋଲି ଆଶା କରୁଛି’।

ରାଷ୍ଟ୍ରପତିଙ୍କୁ ନେଇ ଅଧୀର ରଞ୍ଜନ ଚୌଧୁରୀ ଦ୍ୱାରା ଦିଆଯାଇଥିବା ବିବାଦୀୟ ବୟାନକୁ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଗତ ଦୁଇ ଦିନ ଧରି ଏହାକୁ ନେଇ ସଂସଦରେ ହଙ୍ଗାମା ଏବଂ ବିରୋଧ ଜାରି ରହିଛି। ଏହାକୁ ନେଇ ଗୁରୁବାର ସଂସଦରେ ଜୋରଦାର ବିରୋଧ ହୋଇଥିଲା। ବିଜେପି ଅଭିଯୋଗ କରିଥିଲା ଯେ, କଂଗ୍ରେସ ନେତା ଜାଣିଶୁଣି ରାଷ୍ଟ୍ରପତିଙ୍କ ଅପମାନ କରିଛନ୍ତି। ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଦେଶ ଏବଂ ରାଷ୍ଟ୍ରପତିଙ୍କୁ କ୍ଷମା ମଗାନ୍ତୁ ବୋଲି ବିଜେପି ଦାବି କରିଥିଲା।

Related Articles

Back to top button