
ଦିନକୁ ଦିନ ସଫଳତା ଆଡକୁ ବଢୁଛି ଆଦିତ୍ୟ ଏଲ୍-୧’
ଆଉ ପାଦେ ଆଗେଇଲା ଇସ୍ରୋର ସୂର୍ଯ୍ୟ ମିଶନ । ଦିନକୁ ଦିନ ସଫଳତାର ପାଖକୁ ବଢି ବଢି ଯାଉଛି ଆଦିତ୍ୟ ଏଲ୍-୧’। ଧୀରେ ଧୀରେ କକ୍ଷପଥ ପରିବର୍ତ୍ତନ କରି ୩ୟ କକ୍ଷପଥ ବଦଳାଇ ଚତୁର୍ଥ କକ୍ଷପଥରେ ଘୁରୁଛି ଆଦିତ୍ୟ ଏଲ୍-୧’। ।
୩ ସେପ୍ଟେମ୍ବରରେ ପ୍ରଥମ କକ୍ଷପଥ ବଦଳାଇଥିଲା ଆଦିତ୍ୟ ଏଲ୍-୧’। ଏହାପରେ ୫ ସେପ୍ଟେମ୍ବରରେ ୨ୟ କକ୍ଷପଥ ପରିବର୍ତ୍ତନ କରାଯାଇଥିଲା । ସଫଳତାର ସହ ତୃତୀୟ ଥର କକ୍ଷପଥ ପରିବର୍ତ୍ତନ କଲା ‘ଆଦିତ୍ୟ ଏଲ୍-୧’ । ରାତି ୨ଟାରେ ‘ଆଦିତ୍ୟ ଏଲ୍-୧’ ତୃତୀୟ ଥର ପାଇଁ ନିଜ କକ୍ଷ ପଥ ପରିବର୍ତ୍ତନ କରିଥିବା ଟ୍ବିଟ୍ କରି ସୂଚନା ଦେଇଛି ଇସ୍ରୋ । ଏହା ଠିକ ଭାବେ କାମ କରୁଥିବା ବେଳେ ସର୍ବାଧିକ ୭୧,୭୬୭ କିମି, ସର୍ବନିମ୍ନ ୨୯୬ କିମି କକ୍ଷ ପଥରେ ରହିଛି ସୂର୍ଯ୍ୟଯାନ । ଏହି କକ୍ଷ ପରିବର୍ତ୍ତନ ଦ୍ବାରା ସୂର୍ଯ୍ୟ ଅଭିମୁଖେ ବଡ ଲମ୍ଫ ମାରିବାକୁ ତୟାର ହେଉଛି ‘ଆଦିତ୍ୟ ଏଲ୍-୧’ । ମହାକାଶରେ ୧୫ ଲକ୍ଷ କିଲୋମିଟର ଯାତ୍ରା କରି ନିଜର ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବାକୁ ଏଭଳି କକ୍ଷ ପରିବର୍ତ୍ତନ କରାଯାଉଛି । ତେବେ ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବାକୁ ଏହାକୁ ମୋଟ ୧୨୫ ଦିନ ସମୟ ଲାଗିବ । ଏହାପରେ ସେଠାରେ ରହି ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ ‘ଆଦିତ୍ୟ ଏଲ୍-୧’ । ଏବେ ଚର୍ତୁଥ କକ୍ଷପକ୍ଷରେ ଘୁରୁଛି ସାଟେଲାଇଟ୍ । ତେବେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ୨ଟାରେ ଏହା ଚତୁର୍ଥ କକ୍ଷପକ୍ଷ ପରିବର୍ତ୍ତନ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବ ସୂଚନା ଅନୁସାରେ , ପୂର୍ବରୁ ଆଦିତ୍ୟ-ଏଲ୍୧’କୁ ନୂତନ କକ୍ଷପଥକୁ ନେବା ପାଇଁ କରାଯାଇଥିବା ‘ଆର୍ଥ-ବାଉଣ୍ଡ୍ ଫାଇରିଙ୍ଗ୍’ ସଫଳ ହୋଇଥିଲା । ଇସ୍ରୋ’ ଆହୁରି ମଧ୍ୟ କହିଥିଲା ଯେ, ଦେଶର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ-ଏଲ୍୧’ ଠିକ ଅଛି ଏବଂ ସ୍ବାଭାବିକ ଭାବେ କାର୍ଯ୍ୟ କରୁଥିବା ପରି ମନେହେଉଛି। ବେଙ୍ଗାଲୁରୁସ୍ଥିତ ‘ଆଇଏସ୍ଟିଆର୍ଏସି’ରେ କରାଯାଇଥିବା ପ୍ରଥମ ‘ଆର୍ଥ-ବାଉଣ୍ଡ୍ ମାନୁଭର୍’ ସଫଳ ହୋଇଥିଲା । ଆଉ ମଙ୍ଗଳବାର ରାତିରେ ପରବର୍ତ୍ତୀ ମାନୋଭର କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା । ଇସ୍ରୋ’ କହିଥିଲା ଯେ, ‘ଆଦିତ୍ୟ-ଏଲ୍୧’ ହେଉଛି ସୂର୍ଯ୍ୟ ଅଧ୍ୟୟନ ନିମନ୍ତେ ପ୍ରଥମ ମହାକାଶଭିତ୍ତିକ ‘ପ୍ଲାନେଟରିୟମ୍’ ବା ‘ଅବ୍ଜ୍ର୍ଭେଟରି’। ପ୍ରାୟେ ୧୨୫ ଦିନରେ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର୍ ଊର୍ଦ୍ଧ୍ବକୁ ଯାତ୍ରା କରି ଏହି ମହାକାଶଯାନ ସୂର୍ଯ୍ୟର ସବୁଠୁ ନିକଟତମ ବୋଲି ବିଚାର କରାଯାଉଥିବା ‘ଲଗ୍ରାଞ୍ଜ୍ ପଏଣ୍ଟ୍ ଏଲ୍୧’ ଚତୁଃପାର୍ଶ୍ବରେ ଗୋଟାଏ ଫାଙ୍କା କକ୍ଷପଥରେ ପରିକ୍ରମଣ କରିବ। ସୂର୍ଯ୍ୟ ଓ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସମାନ ହୋଇଥିବାରୁ ସେଠାରେ କ୍ଷୁଦ୍ର ଜିନିଷଟିଏ ରଖିଲେ ମଧ୍ୟ ତାହା କାହା ଆଡ଼କୁ ଆକର୍ଷିତ ନ ହୋଇ ରହିପାରେ।
ଗତ ସେପ୍ଟେମ୍ବର ୨ ତାରିଖରେ ଇସ୍ରୋ ତାର ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍୧କୁ ଲଞ୍ଚ କରିଥିଲା। ଏଥିରେ ଆଦିତ୍ୟ ଏଲ୍ ୧ ସଫଳ ଉତକ୍ଷେପଣ ହୋଇଥିଲା । ହେଲେ ସୂର୍ଯ୍ୟଙ୍କ ରହସ୍ୟକୁ ଖୋଲିବା ପାଇଁ, ଭାରତର ଆଦିତ୍ୟ- ଏଲ୍୧ ମିଶନ ପଛରେ ଥିବା ଦଳ ଅତ୍ୟଧିକ ସଠିକତା ବଜାୟ ରଖିବା ପାଇଁ ଅସାଧାରଣ ପଦକ୍ଷେପ ନେଇଥିଲେ | ଏହି ଟିମରେ ଥିବା ସମସ୍ତ ବୈଜ୍ଞାନିକଙ୍କୁ ପ୍ରୋଜେକ୍ଟ ଆରମ୍ଭରୁ ଶେଷଯାଏଁ କୌଣସି ପ୍ରକାର ଅତର ବା ପରଫ୍ୟୁମ୍ ବ୍ୟବହାର କରିବାକୁ ମନା ହୋଇଥିଲା ।