
ସଫଳତାର ସହ ଲକ୍ଷ୍ୟସ୍ଥଳରେ ପହଂଚିଛି ଆଦିତ୍ୟ ଏଲ୍-ୱାନ ।
ପୁଣି ଇତିହାସ ରଚିଲା ଇସ୍ରୋ । ସଫଳତାର ସହ ଲକ୍ଷ୍ୟସ୍ଥଳରେ ପହଂଚିଛି ଆଦିତ୍ୟ ଏଲ୍-ୱାନ । ଲାଗରେଞ୍ଜ ପଏଣ୍ଟରେ ପହଞ୍ଚିବା ପାଇଁ ଯେଉଁ ସମୟ ଧାର୍ଯ୍ୟ କରାଯାଇଥିଲା ସେହି ସମୟରେ ପହଞ୍ଚିଛି ଭାରତର ସାଟେଇଲାଇଟ୍ । ଏଲ- ୱାନ ପଏଣ୍ଟରେ ୫ ବର୍ଷ ଯାଏଁ ଏହା କାମ କରିବ । ହାଲୋ ଅରବିଟରେ ପ୍ରଦକ୍ଷଣ କରିବ । ସୌରମଣ୍ଡଳର ଚୁମ୍ବକୀୟ କ୍ଷେତ୍ର ଓ ପୃଥିବୀ ଉପରେ ସୌର ବିକିରଣ ସମ୍ପର୍କରେ ଅଧିକ ଗବେଷଣା ପାଇଁ ଏହା ସହାୟକ ହେବ । ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍-ୱାନ ମହାକାଶ ଯାନ ଶ୍ରୀହରିକୋଟାର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା ।