ବେଙ୍ଗାଲୁରୁରେ ୨ ଏଚଏମପିଭି ସଂକ୍ରମିତ ଚିହ୍ନଟ ପରେ ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ
କରୋନା ଭଳି ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରୁଥିବା ଏହି ଭାଇରସରେ ଭାରତରୁ ୪ ଜଣ ଚିହ୍ନଟ ହୋଇସାରିଲେଣି। ବେଙ୍ଗାଲୁରୁରେ ୨ ଜଣ ନବଜାତକଙ୍କ ନମୁନାରୁ ଏହି ଭାଇରାସ ଠାବ ହୋଇଛି। ସେହିପରି ଗୁଜରାଟରେ ଜଣେ ଓ କୋଲକାତାରେ ଜଣେ ଶିଶୁଙ୍କ ରିପୋର୍ଟ ପଜିଟିଭି ଆସିଛି। ଦେଶରୁ ବଢୁଥିବାରୁ ଏଚଏମପିଭି ଆକ୍ରାନ୍ତ ହେବାରୁ ବିଭିନ୍ନ ରାଜ୍ୟ ପକ୍ଷରୁ ସ୍ୱାସ୍ଥ୍ୟଗତ ମାର୍ଗଦର୍ଶିକା ଜାରି କରାଯାଇଛି।
ବେଙ୍ଗାଲୁରୁରେ ୨ ଏଚଏମପିଭି ସଂକ୍ରମିତ ଚିହ୍ନଟ ପରେ ଆଡଭାଇଜରି ଜାରି ଗୋଇଛି । ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ମାସ୍କ ପିନ୍ଧିଲେ ସଂକ୍ରମଣ କମିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏଚଏମପିଭି ଲକ୍ଷଣ ଥିଲେ ଗହଳି ସ୍ଥାନକୁ ଯିବା ବାରଣ କରାଯିବା ସହ ଛିଙ୍କ, କାଶ ବେଳେ ପାଟି ଓ ନାକ ଘୋଡେଇ ରଖିରବାକୁ ପରାମର୍ଶ ଦେଇଛନ୍ତି ସରକାର ।ସେହିପରି ଗୁଜରାଟ ସରକାର ମଧ୍ୟ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜସ୍ଥାନରୁ ଚିକିତ୍ସା ପାଇଁ ଅହମଦାବାଦ ଆସିଥିବା ଗୋଟିଏ ଛୋଟ ପିଲାର ନମୁନାରୁ ଏଚଏମପିଭି ଭାଇରାସ ଚିହ୍ନଟ ହୋଇଛି। ଆରଟି-ପିସିଆର କିଟ କିଣିବା ସହ ଲକ୍ଷଣ ଥିବା ଲୋକଙ୍କ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି।
ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଏଚଏମପିଭି ଭାଇରସ ଯୋଗୁଁ ଲୋକେ ଆତଙ୍କିତ ହୋଇଛନ୍ତି। ଶ୍ୱାସକ୍ରିୟା ଜନିତ ମାମଲା ବଢ଼ିବାର ଆଶଙ୍କା ଥିବାରୁ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ସମସ୍ତ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ସେ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ କୌଣସି ପଦକ୍ଷେପ ନେବାରେ ସେମାନେ ବିଳମ୍ବ ନ କରନ୍ତୁ ଓ ଆବଶ୍ୟକ ସ୍ଥଳରେ ଅଧିକାରୀମାନେ ସିଧାସଳଖ ତାଙ୍କ ସହ ଫୋନରେ ମଧ୍ୟ ଯୋଗାଯୋଗ କରିପାରିବେ ବୋଲି ଭରଦ୍ୱାଜ କହିଛନ୍ତି।ରିପୋର୍ଟ ଅନୁଯାୟୀ ୨୦୦୧ ମସିହାରେ ଏହି ଭାଇରସ ପ୍ରଥମେ ଠାବ ହୋଇଥିଲା। ଏହା କରୋନା ଲକ୍ଷଣ ଭଳି । HMPVରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ସାଧାରଣତଃ କାଶ, ଜ୍ୱର, ନାକ ବନ୍ଦ ହୋଇଯାଇଥାଏ। ନିଶ୍ୱାସ ଓ ପ୍ରଶ୍ୱାସ ନେବାରେ ସମସ୍ୟା ଦେଖା ଦେଥାଏ। ୫ ବର୍ଷରୁ କମ୍ ବୟସ୍କ ପିଲାମାନେ ଏହି ରୋଗରେ ବେଶୀ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଏଯାଏ ଏଚଏମପିଭି ବିରୋଧରେ କୌଣସି ଟିକା ତିଆରି ହୋଇନି।ଏବେ ଚୀନରେ ଆତଙ୍କ ଖେଳାଇଛି ଏହି ଭାଇରସ୍।