
ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅପହରଣ ପରେ ଚଳନ୍ତା କାରରେ ଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ
ଉତ୍ତରପ୍ରଦେଶ ଆଗ୍ରାରୁ ସାମ୍ନାକୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା। ଦୁର୍ବୃତ୍ତମାନେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅପହରଣ ପରେ ଚଳନ୍ତା କାରରେ ଦୁଷ୍କର୍ମ କରିଛନ୍ତି। ଶେଷରେ ସମ୍ପୃକ୍ତ ଛାତ୍ରୀଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ରାସ୍ତାକଡ଼ରେ ଫିଙ୍ଗି ଚାଲିଯାଇଛନ୍ତି ଅଭିଯୁକ୍ତ। ଛାତ୍ରୀଙ୍କ ଅଭିଯୋଗକ୍ରମେ ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।ସୂଚନା ଅନୁସାରେ, ଛାତ୍ରୀ ଜଣକ ଡା. ଭୀମରାଓ ଆମ୍ବଡେକର ବିଶ୍ଵବିଦ୍ୟାଳୟରେ ଇଞ୍ଜିନିୟରିଂ ଶେଷ ବର୍ଷରେ ପଢୁଛନ୍ତି। ସେ ଲକ୍ଷ୍ନୌରେ ରୁହନ୍ତି। ଗତ ୧୦ ତାରିଖରେ ଉକ୍ତ ବିଶ୍ଵବିଦ୍ୟାଳୟରେ ପୂର୍ବରୁ ପଢ଼ୁଥିବା ଶିବାଂଶ ସିଂହ ନାମକ ଜଣେ ବରିଷ୍ଠ ଛାତ୍ର ଏକ କାରରେ ଆସି ତାଙ୍କୁ କାରଗିଲ ଛକ ନିକଟରେ ଅଟକାଇଥିଲେ। ପରେ ତାଙ୍କୁ ସେଠାରୁ ଅପହରଣ କରି ନେଇଥିଲେ। ଚଳନ୍ତା କାର ଭିତରେ ତାଙ୍କ ହାତ ବାନ୍ଧି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ପୁଲିସ ଅଭିଯୁକ୍ତକୁ ଧରିବାକୁ ଚଢ଼ାଉ ଜାରି ରଖିଛି।