ବାଂଲାଦେଶକୁ ରେଳ ସେବା ରଦ୍ଦ ପରେ ଏବେ ଢାକା ପାଇଁ ବିମାନ ସେବା ବନ୍ଦ

ବାଂଲାଦେଶକୁ ଯୋଡୁଥିବା ରେଳ ସେବା ରଦ୍ଦ କରିବା ପରେ ଏବେ ଢାକା ପାଇଁ ବିମାନ ସେବା ମଧ୍ୟ ବନ୍ଦ କରିଦିଆଯାଇଛି । ଏୟାର ଇଣ୍ଡିଆ ଢାକାରେ ବିମାନ ସେବା ବନ୍ଦ କରିଦେଇଛି । ବାଂଲାଦେଶରେ ହିଂସାକୁ ନଜରରେ ରଖି ଭାରତ ଓ ବାଂଲାଦେଶ ମଧ୍ୟରେ ଟ୍ରେନ୍ ସେବା ରଦ୍ଦ କରିଦିଆଯାଇଥିଲା । ଏବେ ବିମାନ ସେବା ମଧ୍ୟ ବନ୍ଦ କରିଦିଆଯାଇଛି ।

ସେପଟେ ଭାରତରେ ପହଞ୍ଚିଛନ୍ତି ବାଲାଂଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ହସିନା ହିଣ୍ଡନ ଏୟାରବେସରେ ପହଞ୍ଚିଥିବାବେଳେ ବାୟୁସେନା ଅଧିକାରୀ ତାଙ୍କୁ ସ୍ବାଗତ କରିଛନ୍ତି । ବାସଭବନକୁ ହଜାର ହଜାର ଆନ୍ଦୋଳନକାରୀ ପ୍ରବେଶ କରିବା ପରେ ସୁରକ୍ଷା ପାଇଁ ଶେଖ ହସିନା ଦେଶ ଛାଡିଛନ୍ତି । କହିରଖୁଛୁ ଅନେକ ଦିନ ଧରି ବାଂଲାଦେଶରେ ବିଦ୍ରୋହର ବହ୍ନି ଜଳୁଛି । ଶେଷରେ ପରିସ୍ଥିତି ଅଣାୟତ ହେବା ପରେ ନିଜ ପଦରୁ ଇସ୍ତଫା ଦେଇ ହସିନା ଦେଶ ଛାଡିଛନ୍ତି ।

Related Articles

Back to top button