
ଯବାନଙ୍କ ପରାକ୍ରମକୁ ଦେଶର ମାତାଙ୍କ ପାଇଁ ସମର୍ପିତ କରୁଛି : ପ୍ରଧାନମନ୍ତ୍ରୀ ମୋଦୀ
ଅପରେସନ ସିନ୍ଦୁର ପରେ ଦେଶବାସୀଙ୍କୁ ସମ୍ଭୋଧନ କଲେ ପ୍ରଧାନମନ୍ତ୍ରୀ, ଭାରତର ପରାକ୍ରମୀ ସେନାକୁ ସାଲ୍ୟୁଟ କଲେ ପିଏମ ମୋଦି । କେବଳ ସେନା ନୁହେଁ ଗୁଇନ୍ଦା ସଂସ୍ଥା ଓ ବୈଜ୍ଞାନିକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । କହିଲେ ଯବାନଙ୍କ ପରାକ୍ରମକୁ ଦେଶର ମାତାଙ୍କ ପାଇଁ ସମର୍ପିତ କରୁଛି । ପହଲଗାମରେ ଆତଙ୍କବାଦୀ ବର୍ବରକାଣ୍ଡ ଘଟଇଲେ ।ଛୁଟି କାଟିବାକୁ ଯାଇଥିବା ନିର୍ଦ୍ଦୋଷଙ୍କୁ ହତ୍ୟା କଲେ । ପରିବାର ସଦସ୍ୟଙ୍କ ଆଗରେ ଧର୍ମ ପଚାରି ହତ୍ୟା କଲେ । ଏହା ସବୁଠୁ ବଡ଼ ବୀଭତ୍ସ ଓ କ୍ରୁର ଥିଲା ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସ୍ୱର ଉଠିଥିଲା । ସବୁ ସମାଜ, ସବୁ ଦଳ ଦାବି କରିଥିଲେ । ଆଉ ମେ ୭ ସକାଳେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଜ୍ଞା ନେଇଥିଲୁ ପାକିସ୍ତାନର ଆତଙ୍କୀ ତାଲିମ୍ କେନ୍ଦ୍ରକୁ ସଠିକ୍ ଟାର୍ଗେଟ କରିଥିଲୁ ।
ଆତଙ୍କବାଦୀମାନେ ସ୍ୱପ୍ନରେ ସୁଦ୍ଧା ଏହା ଭାବି ନଥିବେ , ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ମିଜାଇଲ୍ ମାଡ଼ ହେଲା । ବାହାୱଲପୁର, ମୋରିଡିକ ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇଲୁ ସବୁ ବଡ଼ ବଡ଼ ଆତଙ୍କୀ କାର୍ଯ୍ୟ ସହ ଏମାନେ ଜଡ଼ିତ ଥିଲେ । ଶହେରୁ ଊର୍ଦ୍ଧ୍ୱ କୁଖ୍ୟାତ ଆତଙ୍କବାଦୀ ନିପାତ ହୋଇଛନ୍ତି ଅପରେସନ ସିନ୍ଦୁରରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ