ସଫଳ କୀଡନି ଅସ୍ତ୍ରୋପଚାର ପରେ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ

ନୂଆଦିଲ୍ଲୀ : ଝିଅ ପାଇଁ ମିଳିଛି ନୂଆ ଜୀବନ । ବାପାଙ୍କ କୀଡନି ଅସ୍ତ୍ରୋପଚାର ସଫଳ ପରେ ଝିଅ ରୋହିଣୀଙ୍କୁ ପାଖରେ ଦେଖି ଭାବ ପ୍ରବଣ ହୋଇପଡ଼ିଛନ୍ତି ଲାଲୁ ଯାଦବ । ତାଙ୍କ ମୁହଁରୁ ଯେମିତି ଝରି ପଡୁଛି କୃତଜ୍ଞତା ମିଶା ବାତ୍ସଲ୍ୟ ମମତା । ସାମାନ୍ୟ ସୁସ୍ଥ ହେବା ପରେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ସମସ୍ତଙ୍କ ଭଲପାଇବା, ଆଶୀର୍ବାଦ ଯୋଗୁ ସୁସ୍ଥ ହେଲି ବୋଲି କହିଛନ୍ତି ।

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର କିଡିନି ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଛି । ସିଙ୍ଗାପୁର ହସ୍ପିଟାଲରେ ଝିଅ ରୋହିଣୀ ଆଚାର୍ଯ୍ୟ ଲାଲୁଙ୍କୁ କିଡନୀ ଦାନ କରିଥିଲେ। ଲାଲୁଙ୍କ ପୂର୍ବରୁ ରୋହିଣୀଙ୍କର ପ୍ରଥମେ ଅସ୍ତ୍ରୋପଚାର କରାଯାଇଥିଲା। ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ଟ୍ୱିଟରରେ ଭିଡିଓ ସେୟାର କରି ଏ ବିଷୟରେ ସୂଚନା ଦେଇଥିଲେ ।

ହସ୍ପିଟାଲ ଯିବା ପୂର୍ବରୁ ରୋହିଣୀ ଭାବପ୍ରବଣ ହୋଇ ‘ସାଧାରଣ ଜନତାଙ୍କ ପାଇଁ ଲାଲୁ ପ୍ରସାଦଙ୍କୁ ସୁସ୍ଥ ରଖିବା ଜରୁରୀ କହିଥିଲେ, । ଏଥିପାଇଁ ସେ ଏପରି ସାହସିକ ନିଷ୍ପତ୍ତି ନେଇଥିଲେ ବୋଲି ସମସ୍ତଙ୍କୁ ଜଣାଇଥିଲେ । ଏହାପୂର୍ବରୁ ବଡ଼ ଝିଅ ମିସା ଭାରତୀ ଟ୍ଵିଟ୍ କରି କହିଥିଲେ, ‘ସାନ ଭଉଣୀ ରୋହିଣୀଙ୍କ ଅପରେସନ ସଫଳ ହୋଇଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏବେ ଆଇସିୟୁରେ ଅଛନ୍ତି। ବର୍ତ୍ତମାନ ବାପାଙ୍କ ଅପରେସନ ଚାଲିଛି’।

ଏନେଇ ଆରଜେଡି ସୁପ୍ରିମୋ ଭିଡିଓ ଜାରିକରି କହିଛନ୍ତି । ଆପଣମାନଙ୍କ ଆଶୀର୍ବାଦ ଏବଂ ଭଲପାଇବା ପାଇ ମୁଁ ସୁସ୍ଥ ଅନୁଭବ କରୁଛି ।

Related Articles

Back to top button