ସାଂସଦ ପଦ ପରେ ସରକାରୀ ବଙ୍ଗଳା ଫେରିପାଇଲେ ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀ ଲୋକସଭା ସଦସ୍ୟତା ଫେରିପାଇବାର ଗୋଟିଏ ଦିନ ପରେ ପୁଣି ତାଙ୍କୁ ସରକାରୀ ବଙ୍ଗଳା ଫେରାଇଦିଆଯାଇଛି । ସବୁଠୁ ବଡ କଥା ହେଉଛି କି ରାହୁଲ ଗାନ୍ଧୀ ଯେଉଁ ସରକାରୀ ବଙ୍ଗଳରେ ପୂର୍ବରୁ ରହୁଥିଲେ ତାଙ୍କୁ ସେହି ବଙ୍ଗଳା ଫେରାଇଦିଆଯାଇଛି । ଅର୍ଥାତ ଏବେ ସେ ପୁଣି ୧୨ତୁଗଲକ ଲେନରେ ଥିବା ସରକାରୀ ବଙ୍ଗଳାରେ ରହିବେ । ହେଲେ ତାଙ୍କଠାରୁ ସରକାରୀ ବଙ୍ଗଳା ଫେରାଇନେବା ବେଳେ ସେ ତାଙ୍କର ସମସ୍ତ ଜିନିଷପତ୍ର ନେଇ ସେଠାରୁ ବାହାରି ଯାଇଥିବାରୁ ପୁଣି ସେହି ବଙ୍ଗଳାକୁ ଫେରିବା ପାଇଁ ତାଙ୍କୁ କିଛି ସମୟ ଲାଗିପାରେ ।

ଲୋକସଭା ସଚିବାଳୟ ତରଫରୁ ରାହୁଲ ଗାନ୍ଧୀଙ୍କୁ ସଂସଦ ସଦସ୍ୟତା ଫେରାଇବାର ଗୋଟିଏ ଦିନ ପରେ ଆଜି ତାଙ୍କୁ ତାଙ୍କ ପୂର୍ବ ସରକାରୀ ବଙ୍ଗଳା ଫେରାଇ ଦେଇଛନ୍ତି । ସଦସ୍ୟତା ରଦ୍ଦ ହେବା ପୂର୍ବରୁ ରାହୁଲ ଗାନ୍ଧୀ ସେହି ବଙ୍ଗଳାରେ ରହୁଥିଲେ । ଏନେଇ ମଙ୍ଗଳବାର ଦିନ ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ ରାହୁଲ ଗାନ୍ଧୀ କହିଛନ୍ତି କି ସାରା ହିନ୍ଦୁସ୍ତାନ ତାଙ୍କର ଘର ।

Related Articles

Back to top button