ୟୁଜିସି-ନେଟ୍ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିଛି ଏନଟିଏ

ଦେଶରେ ନେଟ ଏବଂ ନିଟ୍ ପରୀକ୍ଷା ବିଭ୍ରାଟକୁ ନେଇ ହଙ୍ଗାମା ଜାରି ରହିଛି। ଏହା ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଖାତା କଲମ ପରୀକ୍ଷା ପରିବର୍ତ୍ତେ କମ୍ପ୍ୟୁଟର ଆଧାରିତ ପରୀକ୍ଷାକୁ ଲମ୍ଫ ମାରିଛି। ୟୁଜିସି-ନେଟ୍ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିଛି। ପରବର୍ତ୍ତୀ ପରୀକ୍ଷା ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ହେବ ବୋଲି କୁହାଯାଇଛି। ସେହିପରି ସିଏସଆଇଆର ନେଟ୍ ପରୀକ୍ଷା ଜୁଲାଇ ୨୫-୨୭ରେ ହେବ ବୋଲି ସୂଚନା ଦିଆଯାଇଛି। ଭାରତୀୟ ବିଶ୍ବବିଦ୍ୟାଳୟ ଏବଂ ଶିକ୍ଷା ପ୍ରତିଷ୍ଠାନ ଗୁଡିକରେ ନାମ ଲେଖାଇବା ପାଇଁ ଏହି ପରୀକ୍ଷା ଗୁରୁତ୍ବପୂର୍ଣ୍ଣ। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ହୋଇଥିବା ୟୁଜିସି ନେଟ ପରୀକ୍ଷା ପେପର ଲିକ ନେଇ ସଙ୍କେତ ମିଳିବା ପରେ ନେଟ ପକ୍ଷରୁ ପରୀକ୍ଷା ରଦ୍ଦ କରାଯାଇଥିଲା ।

Related Articles

Back to top button