ପଞ୍ଜାବର ରେଳସେବା ବନ୍ଦ କଲେ ଆନ୍ଦୋଳନରତ କୃଷକ

ଦିଲ୍ଲୀରେ ପହଂଚିଛନ୍ତି ଆନ୍ଦୋଳନକାରୀ କୃଷକ । ସେପଟେ ଦିଲ୍ଲୀରେ କିଭଳି ଅଧିକରୁ ଅଧିକ କୃଷକ ପହଂଚି ନ ପାରିବେ ସେ ନେଇ ସରକାର ଦିଲ୍ଲୀର ସମସ୍ତ ସୀମାକୁ କଡା ସୁରକ୍ଷାର ସହ ସିଲ୍ କରିଦେଇଛନ୍ତି । ସରକାରଙ୍କ ଏଭଳି ପଦକ୍ଷେପ ପରେ ପଞ୍ଜାବରେ କୃଷକମାନେ ରେଳସେବା ଠପ୍ କରିଦେଇଛନ୍ତି । ଆନ୍ଦୋଳନରତ କୃଷକମାନେ ପଞ୍ଜାବର ବିଭିନ୍ନ ରେଳ ଲାଇନ ଉପରେ ବସି ରେଳ ସେବା ଠପ୍ କରିଦେଇଛନ୍ତି ।ସେପଟେ ଦିଲ୍ଲୀର ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ହରିଆଣା ସୀମାରେ ପୋଲିସ ବ୍ୟତୀତ ଅର୍ଦ୍ଧସାମରିକ ବଳ ମଧ୍ୟ ନିୟୋଜିତ କରାଯାଇଛି । ସବୁଠାରୁ ବଡ ଖବର କି, ଏଠାରେ ନିୟୋଜିତ ହୋଇଥିବା ବିଏସଏଫ ଯବାନଙ୍କ ମଧ୍ୟରୁ ୧୧ ଜଣ ଅସୁସ୍ଥ ହୋଇପଡିଛନ୍ତି ।

Related Articles

Back to top button