ଭୁଶୁଡି ପଡିଲା ଅଗୁୱାନି-ସୁଲତାନଗଞ୍ଜ ସେତୁ

ବିହାର: ବାହାନଗା ଟ୍ରେନ୍ ଦୁର୍ଘଟଣାର ଛାତିଥରା ଦୃଶ୍ୟ ଲୋକଙ୍କ ମନରୁ ଲଭିନଥିବା ବେଳେ ଆଉ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ବିହାରରେ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଇଥିବା ୪ ଲେନ ବିଶିଷ୍ଟ ନିର୍ମାଣଧୀନ ବ୍ରିଜ ଭୁଷୁଡି ପଡିଛି । ଯାହାର ଭିିଡିଓର କ୍ୟାମେରାରେ କଏଦ ହୋଇଛି । ବ୍ରିଜର ୪ରୁ ୫ ଟି ଖୁଣ୍ଟ ଭୁଷୁଡି ପଡିଛି । ଏହି ବ୍ରିଜ୍ ଖୁବ୍ ଶୀଘ୍ର ଉଦଘାଟନ ହେବାର ଥିଲା । ଏହା ପୂର୍ବରୁ ବ୍ରିଜ୍ ଭୁଷୁଡି ପଡିଥିବାରୁ ବହୁ ଜୀବନ ବଞ୍ଚିଯାଇଛି । ଏହି ଘଟଣାର ବିହାର ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୪ରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାର ଶିଳାନ୍ୟାସ କରିଥିଲେ । ତେବେ ଘଟଣା ପରେ ବିହାର ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ।

Related Articles

Back to top button