ଆଉ ୩୭୦ ଜେଟ୍‌ କିଣିବ ଏୟାର ଇଣ୍ଡିଆ କମ୍ପାନୀ

ନୂଆଦିଲ୍ଲୀ: ଆହୁରି ବିମାନ କିଣିବ ଏୟାର ଇଣ୍ଡିଆ। ମୋଟ ୮୪୦ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି ଟାଟା ଗ୍ରୁପ୍। ପୂର୍ବରୁ ୪୭୦ ବିମାନ ଅର୍ଡର ଦେଇ ବେସାମରିକ ବିମାନ କିଣା ଚୁକ୍ତିରେ ରେକର୍ଡ କରିଥିବା ଟାଟା ପୁଣ ୩୭୦ ଜେଟ୍ ବିମାନ କିଣିବ। ଏନେଇ ଏୟାର ଇଣ୍ଡିଆର ବାଣିଜ୍ୟିକ ଓ ପରିବର୍ତ୍ତନ ଅଧିକାରୀ ନିପୁଣ ଅଗରୱାଲ ସୂଚନା ଦେଇଛନ୍ତି। ଆସନ୍ତା ୧୦ ବର୍ଷ ଭିତରେ ପର୍ଯ୍ୟାୟ କ୍ରମେ ୩୭୦ ଜେଟ୍‌ ବିମାନ କିଣାଯିବ ବୋଲି ନିପୁଣ କହିଛନ୍ତି।

ମଙ୍ଗଳବାର ଟାଟା ପକ୍ଷରୁ ୪୭୦ ବିମାନ କିଣିବା ନେଇ ଘୋଷଣା କରାଯାଇଥିଲା। ସେଥିମଧ୍ୟରୁ ଫ୍ରାନ୍ସର ଏୟାରବସ ସହ ୨୫୦ ବିମାନ କିଣିବାକୁ ଚୁକ୍ତି ହୋଇଥିବା ବେଳଏ ଆମେରିକାର ବୋଇଂ ୨୨୦ଟି ବିମାନ କିଣିବାକୁ ଚୁକ୍ତି ହୋଇଛି। ବର୍ତ୍ତମାନ ୩୭୦ ଜେଟ୍ ବିମାନ କିଣିବାକୁ ଘୋଷଣା ହୋଇଥିବା ବେଳେ ଟାଟା ମୋଟ ୮୪୦ ବିମାନ କିଣିବା ନେଇ ସ୍ଥିର ହୋଇଛି।

ଏନେଇ ନିପୁଣ ନିଜ ଲିଙ୍କଡିନରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା ୧୦ ବର୍ଷ ଭିତରେ ୪୭୦ ବଡ଼ ବିମାନ ସହ ୩୭୦ ଅତିରିକ୍ତ ବିମାନ ଏୟାର ବସ୍ ଓ ବୋଇଂ ଠାରୁ କିଣାଯିବା। ସେଥିମଧ୍ୟରୁ ୨୧୦ଟି A320/321Neo/XLR ବିମାନ ଓ ୪୦ ଟି A350-900/1000 କିଣାଯିବ। ବୋଇଂ ଫାର୍ମକୁ ୧୯୦ଟି  B737Max, ୨୦ଟି B787s ଏବଂ ୧୦ ଟି B777s  କିଣିବାକୁ ଅର୍ଡର ଦିଆଯାଇଛି।” ସେହିପରି ଇଞ୍ଜିନଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସିଏଫ୍‌ଏମ୍ ଇଣ୍ଟରନ୍ୟାସ୍‌ନାଲ, ରୋଲ୍ସ ରୟସ ଓ ଜିଇ ଏରେସ୍ପେସ୍‌ ସହ ଚୁକ୍ତି ହୋଇଛି ବୋଲି ନିପୁଣ କହିଛନ୍ତି।

Related Articles

Back to top button