ଦିଲ୍ଲୀରେ ପୁଣି ବାୟୁ ପ୍ରଦୂଷଣ ସାଂଘାତିକ

ରାଜଧାନୀ ଦିଲ୍ଲୀରେ ପୁଣି ବାୟୁ ପ୍ରଦୂଷଣ ସାଂଘାତିକ ରୂପ ନେଇଛି । ଧୀରେ ଧୀରେ ବଢ଼ିଲାଣି ପ୍ରଦୂଷଣ। ଅଳ୍ପ ଶୀତରେ ଗ୍ୟାସ ଚାମ୍ବର ପାଲଟିଗଲାଣି ରାଜଧାନୀ। ଯେତିକି ଶୀତ ବଢି ଚାଲିଛି ତା ଠାରୁ ଅଧିକ ପ୍ରଦୂଷଣ ବଢୁଛି । ପ୍ରତ୍ୟେକ ବର୍ଷ ଶୀତ ଋତୁରେ ଏଭଳି ବିଷାକ୍ତ କୁହୁଡି ବଳୟ ସୃଷ୍ଟି ହେଉଛି । ଚଳିତ ବର୍ଷ ମଧ୍ୟ ଶୀତ ଆରମ୍ଭ ରୁ ଦିଲ୍ଲୀରେ ପ୍ରବାହିତ ହେଉଛି ବିଷାକ୍ତ ବାୟୁ। ଏହି ବିଷାକ୍ତ ବାୟୁ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇପଡୁଛି । ଖାଲି ଆଖିରେ ଦେଖିବା ମଧ୍ୟ ସମ୍ଭବ ହେଉନାହିଁ । ଯୁଆଡେ ଚାହିଁବ ସିଆଡେ କେବଳ ଧୂଆଁମୟ ଦେଖାଯାଉଛି।

ତେବେ ଦୁନିଆର ପ୍ରଦୂଷିତ ସହର ମଧ୍ୟରୁ ଦିଲ୍ଲୀ ଅନ୍ୟତମ। ଶୀତ ଦିନରେ ଏହାର ବାୟୁ ଅଧିକ ମାତ୍ରାରେ ବିଷାକ୍ତ ହୋଇଯାଏ ଯାହାଦ୍ୱାରା କୃଷକମାନଙ୍କ ଫସଲ ଜଳିବା, ପବନର ବେଗ କମିଯିବା ଏବଂ ପର୍ବପର୍ବାଣିରେ ଫାୟାରକ୍ରାକ୍ ବିସ୍ଫୋରଣ ଏହିସବୁ କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି । ପ୍ରଦୂଷିତ ବାୟୁ ପ୍ରତିବର୍ଷ ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ। ଏହି ବିଷାକ୍ତ ଧୂଆଁ ଯୋଗୁଁ ପ୍ରତିବର୍ଷ ହଇରାଣ ହେଉଛନ୍ତି ସାଧାରଣ ଲୋକେ। ତେବେ ବାୟୁ ପ୍ରଦୂଷଣ ଯୋଗୁଁ ଜାତୀୟ ରାଜଧାନୀ ଦିଲ୍ଲୀର ସ୍ଥିତି ଗମ୍ଭୀର ହୋଇଛି।

ହରିୟାଣା ,ପଞ୍ଜାବ ,ୟୁପିରେ ହଜାର ହଜାର ସଂଖ୍ୟାରେ ଚାଷୀ ଅମଳର ଅବଶେଷ ଜାଳିବା ସହ ନୂଆ ନୂଆ ବିଲ୍ଡିଂ ଏବଂ ରାସ୍ତା ନିର୍ମାଣ ପାଇଁ ଏହାର ମାତ୍ରା ବଢୁଛି । ଏହା ବାଦ୍ ସାଧାରଣ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଦିଲ୍ଲୀରେ ବର୍ଷାର ଅଭାବ। ଅତ୍ୟନ୍ତ ଖରାପ ସ୍ତରକୁ ଖସିଗଲାଣି ବାୟୁର ଗୁଣବତ୍ତା। ଏହାକୁ ସୁଧାରିବା ପାଇଁ ଏବେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଅଣ୍ଟା ଭିଡିଛନ୍ତି। ‘ରେଡ୍‌ ଲାଇଟ୍‌ ଅନ୍‌, ଗାଡି ଅଫ୍‌’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ପ୍ରଦୂଷଣ ହ୍ରାସ କରିବା ପାଇଁ ସୁପ୍ରିମକୋର୍ଟ ପ୍ରତିବର୍ଷ ବିଭିନ୍ନ ରାଜ୍ୟ ମାନଙ୍କୁ ତାଗିଦ କରିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ସେଠି ପାଇଁ ଚଳିତବର୍ଷ କେନ୍ଦ୍ର ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ କରି ସାରିଛନ୍ତି । ରାସ୍ତା ଗଛ ପତ୍ରରେ ପାଣି ପକା ଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ। ପ୍ରଦୂଷଣ ପାଇଁ ଦିଲ୍ଲୀରେ ଲଗାତର ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଦୀପାବଳିରେ ବାଣ ବ୍ୟାନ କରାଯାଇଛି।

ଆଗକୁ ଏହା ଆହୁରି ଭୟଙ୍କର ରୂପ ନେଇପାରେ। ତେଣୁ ସମୟ ଥାଉ ଥାଉ ସଜାଗ ହୋଇଛନ୍ତି ସରକାର। ରାଜଧାନୀର ପ୍ରଦୂଷଣକୁ ଦୃଷ୍ଟିରେ ରଖି ପରିବେଶ ମନ୍ତ୍ରୀ ଗୋପାଳ ରୟ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ଅଫିସରମାନଙ୍କୁ ସେ ତାଗିଦ କରିଛନ୍ତି। ଏଥିସହ ଆସନ୍ତା ୨୬ ତାରିଖରୁ ରାଜଧାନୀରେ ‘ରେଡ୍‌ ଲାଇଟ୍‌ ଅନ୍‌, ଗାଡି ଅଫ୍‌’ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ରେଡ୍‌ ଲାଇଟ୍‌ରେ ଅପେକ୍ଷା କରିବା ସମୟରେ ଲୋକଙ୍କୁ ଇଞ୍ଜିନ୍‌ ବନ୍ଦ କରିବାକୁ ଉତ୍ସାହିତ କରି ସହରରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଏହି ଅଭିଯାନର ଲକ୍ଷ୍ୟ। ପ୍ରଦୂଷଣର ପ୍ରଭାବକୁ ମୁକାବିଲା କରିବା ପାଇଁ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯାଇଛି।ରଣନୀତିର ଏକ ଅଂଶ ଭାବରେ ଦିଲ୍ଲୀ ମେଟ୍ରୋ ଏବଂ ଇଲେକ୍ଟ୍ରିକ୍ ବସ୍ ସେବା ସମେତ ସମସ୍ତ ଜନସାଧାରଣ ପରିବହନ ସେବା ସହରରେ ଯାନବାହନ ନିର୍ଗମନକୁ ରୋକିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button