ଦିଲ୍ଲୀ ପ୍ରଦୂଷଣ ନେଇ ଭୀଷଣ କ୍ଷୁବଧ ହେବା ସହ ଦିଲ୍ଲୀ ସରକାର ଓ ପୁଲିସକୁ ତୁରନ୍ତ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ

ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଏଠାରେ ଏବେ ପ୍ରଦୂଷଣ ମାତ୍ରା ଏତେ ବଢିଯାଇଛି ଯେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଦୀପାବଳୀ ପୂର୍ବରୁ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ଥିବା ବେଳେ ଦୀପାବଳୀ ପରେ ଏହା ଆହୁରି ବଢି ଯାଇଛି ଯେଉଁଥି ପାଇଁ ଦିଲ୍ଲୀ ସରକାରଙ୍କୁ ଦାୟୀ କରିଛନ୍ତି ସୁପ୍ରିମକୋର୍ଟ। ଦୀପାବଳି ରେ ବାଣ ଫୁଟାଇବା ଉପରେ କଟକଣା କୋହଳ ଥିବାରୁ ଲୋକମାନେ ବାଣ ଫୁଟାଇଛନ୍ତି ।ଏହା ଫଳରେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ବଢିଯାଇଛି ।

ସୂଚନାଯୋଗ୍ୟ ସୋମବାର ଦିଲ୍ଲୀ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟ ଭୀଷଣ କ୍ଷୁବଧ ହେବା ସହ ଦିଲ୍ଲୀ ସରକାର ଓ ପୁଲିସକୁ ତୁରନ୍ତ ଜବାବ ମାଗିଛନ୍ତି।ଆଜି ଶୁଣାଣି ସମୟରେ ନୂଆଦିଲ୍ଲୀ ରାଜଧାନୀରେ ଦୀପାବଳିରେ ବାଣ ଫୁଟାଇବା ଉପରେ ନିଷେଧାଦେଶର ନିୟମକୁ ସଠିକ୍ ରୂପେ କାର୍ଯ୍ୟକାରୀ ନକରିବାରୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ବ୍ଯକ୍ତ କରିଛନ୍ତି।। ଏହା ସହିତ ସୁପ୍ରିମକୋର୍ଟ କହିଛନ୍ତି ଯେ ଆସନ୍ତା ବର୍ଷଠାରୁ କଡ଼ା ନିୟମ ପାଳନ ସୁନିଶ୍ଚିତ କରାଯାଉ ।

ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟି ନେତୃତ୍ୱାଧୀନ ଦିଲ୍ଲୀ ସରକାର ଏବଂ ପୋଲିସ ଚଳିତ ବର୍ଷ ଅଗ୍ନିଶମ କର୍ମଚାରୀଙ୍କ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରଣାଳୟଙ୍କୁ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବିବାହ ଓ ନିର୍ବାଚନ ଭଳି ଅବସରରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ବିଚାର କରାଯିବ ବୋଲି ମାନ୍ୟବର କୋର୍ଟ କହିଛନ୍ତି।

Related Articles

Back to top button