ବିମାନଯାତ୍ରୀଙ୍କ ପାଇଁ ଏୟାର ସୁବିଧା ପୋର୍ଟାଲ କାର୍ଯ୍ୟକାରୀ ହେବ

ନୂଆଦିଲ୍ଲୀ :  ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ କହିଛନ୍ତି ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏୟାର ସୁବିଧା ପୋର୍ଟାଲ କାର୍ଯ୍ୟକାରୀ ହେବ। ବିଦେଶରୁ ଆସୁଥିବା ଯାତ୍ରୀ ଅବା କୌଣସି ଭାରତୀୟ ବିଦେଶରୁ ଫେରିଲେ ସେମାନଙ୍କୁ ବିଦେଶଯାତ୍ରାର ବିସ୍ତୃତ ବିବରଣୀ ଏୟାର ସୁବିଧା ପୋର୍ଟାଲରେ ଦେବାକୁ ପଡିବ । କିଛିଦିନ ତଳେ ସରକାର ଏହି  ବ୍ୟବସ୍ଥା ଉଠାଇ ଦେଇଥିଲେ। ଏବେ ପୁଣି ଏହାକୁ କାର୍ଯ୍ୟକାରୀ କରାଯିବ।

ଚୀନ୍‌ରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା କରାଯିବ । ଏକ ସମ୍ବାଦ ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତ୍‌କାରରେ ସେ କହିଛନ୍ତି ସେହି ଯାତ୍ରୀମାନଙ୍କ ପାଇଁ ଆର୍‌ଟିପିସିଆର୍‌ ପରୀକ୍ଷା ବାଧ୍ୟତାମୂଳକ କରାଯିବ । ସେ କହିଛନ୍ତି ସେମାନେ ଭାରତରେ ଆସି ପହଞ୍ଚିବା ପରେ ସେମାନଙ୍କର ନମୂନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ରହିଲେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ କରି ରଖାଯିବ । ସେ କହିଛନ୍ତି ସରକାର ସମ୍ପୂର୍ଣ୍ଣ ସତର୍କ ଅଛନ୍ତି ଓ କୋବିଡ ସଂକ୍ରମଣ ଯେପରି ବୃଦ୍ଧି ନପାଇବ ସେଥିପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଛନ୍ତି ।

Related Articles

Back to top button