ଆକାଶରେ ଶକ୍ତି ଦେଖାଇଲା ହାଲୁକା ଲଢୁଆ ହେଲିକପ୍ଟର ‘ପ୍ରଚଣ୍ଡ’

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ସାମିଲ ହେଲା ଲାଇଟ କମ୍ବାଟ ହେଲିକପ୍ଟର (ହାଲୁକା ଲଢୁଆ ହେଲିକପ୍ଟର) ‘ପ୍ରଚଣ୍ଡ’ । ଏହି ଲାଇଟ କମ୍ବାଟ ହେଲିକପ୍ଟର ପାଖରେ ଯେକୌଣସି ସ୍ଥିତି, ପାଣିପାଗ ଓ ଉଚ୍ଚତାରେ ଉଡ଼ିବାର କ୍ଷମତା ରହିଛି । ଏହି ହେଲିକପ୍ଟରକୁ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ (HAL) ନିର୍ମାଣ କରିଛି । ଏହାର ଓଜନ 6 ଟନ ରହିଛି । ଏହାର ବିଶେଷତ୍ବ ହେଉଛି ପାହାଡି ଅଞ୍ଚଳରେ ସହଜରେ ପୂର୍ଣ୍ଣ ଦକ୍ଷତା ସହ ମିସାଇଲ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ର ସହିତ ଉଡାଣ ଭରିପାରିବ । ଏହା ସହିତ ଶତ୍ରୁର ରାଡାରରୁ ମଧ୍ୟ ସହଜରେ ମୁକୁଳି ପାରିବ । ଏହାର ଗଠନ ଏହିପରି ହୋଇଛି ଯେ ଗୁଳିର କିଛି ପ୍ରଭାବ ପଡିବ ନାହିଁ । ଏହା ସମୁଦ୍ରରେ ମଧ୍ୟ ଲଢିପାରିବ । ଏହାର ସ୍ପିଡ ଉପରେ ପବନର ପ୍ରଭାବ କମ ରହିବ ।

Related Articles

Back to top button