ଆକାଶରେ ପକ୍ଷୀ ସହ ଧକ୍କା ହେଲା ଆକାଶା ଏୟାରଲାଇନ୍ସର ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ : ଅହମ୍ମଦାବାଦରୁ ଦିଲ୍ଲୀକୁ ଆସୁଥିବା ଆକାଶା ଏୟାରଲାଇନ୍ସର ବିମାନ ଗୁରୁବାର ଦୁର୍ଘଟଣାରୁ ବଞ୍ଚିଛି। କୁହାଯାଉଛି ଯେ ଏହି ବିମାନ ସହିତ ପକ୍ଷୀ ମୁହାଁମୁହିଁ ହୋଇଥିଲେ, ଏହା ପରେ ଶୀଘ୍ର ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରାଯାଇଥିଲା। ଏହା ପରେ ବିମାନର ଯାଞ୍ଚ କରାଯାଇଥିଲା, ଯାହା ପରେ ବିମାନରେ ହୋଇଥିବା କ୍ଷୟକ୍ଷତିର ସୂଚନା ମିଳିଥିଲା।

କୁହାଯାଉଛି ଯେ ଏହି ବିମାନ ଅହମ୍ମଦାବାଦରୁ ଦିଲ୍ଲୀ ଆସୁଥିଲା। ଅବତରଣ ସମୟରେ, ଯେତେବେଳେ ବିମାନଟି ୧୯୦୦ ଫୁଟ ଉଚ୍ଚରେ ଥିଲା, ସେହି ସମୟରେ ବିମାନ ସହିତ ଏକ ପକ୍ଷୀ ମୁହାଁମୁହିଁ ହୋଇଥିଲେ । ଏହା ସତ୍ତ୍ୱେ ପାଇଲଟ୍ ବିମାନର ନିୟନ୍ତ୍ରଣ ବଜାୟ ରଖି ନିରାପଦରେ ଅବତରଣ କରିଥିଲେ। ଡିଜିସିଏ କହିଛି ଯେ ବିମାନ ଅବତରଣ ପରେ ଯାଞ୍ଚ କରାଯାଇଛି।

ତେବେ ଏହି ଘଟଣାରେ ବିଶେଷ କ୍ଷତି ହେଇ ନାହିଁ । ଯାହା ଭି ଆଂଶିକ କ୍ଷତି ହେଇଥିଲା ତାହା କୁ ବର୍ତ୍ତମାନ ଠିକ କରା ଯାଇଛି । ଏହାସହ ସମସ୍ତ ଯାତ୍ରୀ ସୁରକ୍ଷିତ ମଧ୍ୟ ଅଛନ୍ତି ।

Related Articles

Back to top button