ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବଡ଼ ନିଷ୍ପତ୍ତି

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ୍ ବୈଠକରେ ବଡ଼ ଘୋଷଣା କରି ସିନ୍ଦେ କହିଛନ୍ତି ଯେ ମୁମ୍ବାଇରେ ପ୍ରବେଶ କରୁଥିବା ସମସ୍ତ ୫ଟି ଟୋଲ୍ ବୁଥ୍‌ରେ ହାଲୁକା ମୋଟର ଯାନରୁ କୌଣସି ଟୋଲ୍ ଆଦାୟ କରାଯିବ ନାହିଁ। ଆଜି ରାତି ଅର୍ଥାତ୍ ଅକ୍ଟୋବର ୧୪ରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସିନ୍ଦେ ସରକାରଙ୍କ କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ମୁମ୍ବାଇକୁ ଆସୁଥିବା କୌଣସି ହାଲୁକା ଯାନଠାରୁ ଟୋଲ ଟ୍ୟାକ୍ସ ଆଦାୟ କରାଯିବ ନାହିଁ। ଆଜି ରାତିରୁ ବାଶି, ମୁଲୁଣ୍ଡ, ଏରୋଲି, ଦହିସର ଓ ଆନନ୍ଦନଗର ଟୋଲ୍ ଉପରେ କୌଣସି ହାଲୁକା ଗାଡ଼ି ଉପରେ ଟିକସ ଦେବାକୁ ପଡ଼ିବ ନାହିଁ।ହାଲୁକା ଯାନ ବର୍ଗରେ ଅନେକ ଗାଡି ରହିଛି। ଏଥିରେ କାର୍, ଟ୍ୟାକ୍ସି, ଜିପ୍, ଛୋଟ ଟ୍ରକ୍, ଭ୍ୟାନ୍ ଓ ଡେଲିଭରି ଭ୍ୟାନ୍ ଇତ୍ୟାଦି ରହିଛି। ଆଜି ରାତିରୁ ଏହି ଗାଡ଼ି ଉପରେ କୌଣସି ଟିକସ ଲାଗିବ ନାହିଁ।

Related Articles

Back to top button