ରକ୍ତ ଯୋଗାଣ ଓ ପ୍ରୋସେସିଂ ଚାର୍ଜ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଶୁଳ୍କ ଉପରେ ପ୍ରତିବନ୍ଧକ ଲାଗୁ

ସାଧାରଣ ଜନତାଙ୍କ ପାଇଁ ଭାରତୀୟ ଔଷଧ ନିୟନ୍ତ୍ରଣ ମହାନିର୍ଦ୍ଦେଶାଳୟ (ଡିସିଜିଆଇ) ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଡିସିଜିଆଇ ପକ୍ଷରୁ ରକ୍ତ ଯୋଗାଣ ଓ ପ୍ରୋସେସିଂ ଚାର୍ଜ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଶୁଳ୍କ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ରକ୍ତ ଦେବା ପାଇଁ ହସ୍ପଟାଲଗୁଡ଼ିକ ଲୋକଙ୍କ ଠାରୁ ଅଧିକ ଟଙ୍କା ଚାର୍ଜ କରୁଥିଲେ । ତେଣୁ ଏହାକୁ ନିୟନ୍ତ୍ରଣ କରିବାକ ପାଇଁ ଡିସିଜିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଡିସିଜିଆଇ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯିବା ପରେ ଏଣିକି ଗରିବ ଲୋକଙ୍କୁ ଆଉ ରକ୍ତ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏନେଇ ଡିସିଜିଆଇ ପକ୍ଷରୁ ଦେଶର ସମସ୍ତ ସମସ୍ତ ସ୍ପିଟାଲ ଓ ରକ୍ତଭଣ୍ଡାରକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଔଷଧ ନିୟନ୍ତ୍ରକ ଓ ଲାଇସେନ୍ସପ୍ରାପ୍ତ ସଂସ୍ଥାମାନଙ୍କୁ ମଧ୍ୟ ଅବଗତ କରାଯାଇଛି । ରକ୍ତ ବିକ୍ରି ପାଇଁ ନୁହେଁ ବୋଲି କୁହାଯିବା ସହ ରକ୍ତ ପାଇଁ ଏଣିକି ମନଇଚ୍ଛା ଶୁଳ୍କ ଆଦାୟ କରାଯାଇ ପାରିବ ନାହିଁ ବୋଲି ଡିସିଜିଆଇ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ବାର୍ତ୍ତା ଦିଆଯାଇଛି ।

ରକ୍ତ ଆବଶ୍ୟକତା ଥିବା ପରିବାରମାନେ ହସ୍ପିଟାଲଗୁଡ଼ିକରେ ଶୋଷଣ ଶିକାର ହେଉଥିବା ନେଇ ଅଭିଯୋଗ ଆସିବା ପରେ ଡିସିଜିଆଇ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସଂଶୋଧିତ ମାର୍ଗଦର୍ଶିକା ଅନୁସାରେ ରକ୍ତଯୋଗାଣ କେନ୍ଦ୍ରଗୁଡ଼ିକ ରକ୍ତ ଓ ରକ୍ତ ସାମଗ୍ରୀ ପାଇଁ କେବଳ ପ୍ରକ୍ରିୟାକରଣ ଫିସ ୨୫୦ରୁ ୧୫୫୦ ଟଙ୍କା ମଧ୍ୟରେ ନେବା ଉଚିତ ବୋଲି କୁହାଯାଇଛି । ନୂଆ ମାର୍ଗଦର୍ଶିକାକୁ ପାଳନ କରିବା ନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରକ୍ତଦାନର ଅଭାବ କାରଣରୁ ଘରୋଇ ମେଡିକାଲମାନେ ରକ୍ତ ୟୁନିଟ ପିଛା ୩ ହଜାର ଓ ୮ ହଜାର ଟଙ୍କା ଚାର୍ଜ କରୁଥିବା ଦେଖାଯାଇଥିଲା । ଏଭଳି ସ୍ଥିତିରେ ଯଦି ବିରଳ ବ୍ଲଡ ଗ୍ରୁପର ରକ୍ତ ଆବଶ୍ୟକ ପଡ଼ୁଥିଲା ତେବେ ସେ କ୍ଷେତ୍ରରେ ରକ୍ତର ମୂଲ୍ୟ ବହୁଗୁଣିତ ହୋଇଯାଉଥିଲା ।

Related Articles

Back to top button