ଆହ୍ଲାବାଦ ହାଇକୋର୍ଟ : ଜ୍ଞାନବାପୀ ପରିସରରେ ଜାରି ରହିବ ଏଏସଆଇର ସର୍ଭେ

ଜ୍ଞାନବାପୀ ପରିସରକୁ ନେଇ ଆହ୍ଲାବାଦ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ଜୁଲାଇ ୩୧ ତାରିଖ ମଧ୍ୟରେ ସର୍ଭେ କାମ ସାରିବାକୁ ଏଏସଆଇକୁ ଆଦେଶ ଦେଇଛନ୍ତି । କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଜ୍ଞାନବାପୀ ପରିସରରେ ଏଏସଆଇର ସର୍ଭେ ହେବ । ଜୁଲାଇ ୩୧ ସୁଦ୍ଧା ସର୍ଭେ କାମ ସାରିବାକୁ ପଡିବ ଓ ସର୍ଭେ ବେଳେ ଜ୍ଞାନବାପୀ ମସଜିଦ କିମ୍ବା ତା ପରିସରରେ ଥିବା କୌଣସି କୋଠା ଯେଭଳି ନଷ୍ଟ ନହୁଏ ତାହା ଉପରେ ନଜର ରଖିବାକୁ କୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ଶୁଣାଣି ବେଳେ ଏଏସଆଇର ଜଣେ ଅଧିକାରୀ ହାଇକୋର୍ଟକୁ କହିଥିଲେ କି, ଆମେ ଜୁଲାଇ ୨୪ ତାରିଖ ସକାଳ ୯ଟା ବେଳେ ସର୍ଭେ କାମ ଆରମ୍ଭ କରିଥିଲୁ ହେଲେ ଏହା ଉପରେ ରୋକ୍ ଲଗାଯାଇଥିଲା । କୋର୍ଟ ପଚାରିଥିଲେ କି ଆପଣଙ୍କୁ ସର୍ଭେ କାମ ସାରିବାକୁ କେତେ ସମୟ ଦରକାର । ଏଏସଆଇ ଅଧିକାରୀ କହିଥିଲେ କି ବାସ୍ତବରେ କେତେ ସମୟ ଲାଗିବ ତାହା କହିବା ସମ୍ଭବ ନୁହେଁ । ଏହା ପୂର୍ବରୁ ଏଏସଆଇର ସର୍ଭେ ବିରୋଧରେ ମୁସଲିମ ପକ୍ଷର ଆବେଦନ ଉପରେ ଶୁଣାଣି ହୋଇଥିଲା । ମୁସଲିମ୍ ପକ୍ଷର ଓକିଲ ସୟଦ ଫରମାନ ନକବୀ ଓ ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଶଂକରଙ୍କ ମଧ୍ୟରେ ଯୁକ୍ତି ହୋଇଥିଲା ।

Related Articles

Back to top button