ଅନଲାଇନରେ ଅମରନାଥଙ୍କ ଦର୍ଶନ ଓ ପୂଜା କରିପାରିବେ

ଜମ୍ମୁ: ଏବେ ଘରେ ବସି ଶ୍ରଦ୍ଧାଳୁମାନେ ବାବା ବର୍ଫାନି ବା ଅମରନାଥଙ୍କ ଦର୍ଶନ ଓ ପୂଜା କରିପାରିବେ । ଶ୍ରୀ ଅମରନାଥ ଶ୍ରାଇନ ବୋର୍ଡ ପକ୍ଷରୁ ଅନଲାଇନ ଦର୍ଶନ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ଅନଲାଇନ ପ୍ରସାଦ ବି ମଗାଇପାରିବେ । ପବିତ୍ର ଗୁମ୍ଫାର ପୂଜାରୀ ଏହାକୁ ଭକ୍ତଙ୍କ ନାମରେ ଚଢାଇବେ । ଭୋଳାନାଥଙ୍କ ପ୍ରସାଦ ଭକ୍ତଙ୍କ ଘରେ ପହଞ୍ଚିଯିବ ।
ସିଇଓ ନିତିଶ୍ୱର କୁମାର କହିଛନ୍ତି, ଅନଲାଇନ ସେବା ବୋର୍ଡର ଅଫିସିଆଲ ୱେବସାଇଟ ସହ ସମ୍ବନ୍ଧିତ ଆପ୍ଲିକେଶନ ସହ ଲିଙ୍କ କରି ଏହି ସୁବିଧା ନିଆଯାଇ ପାରିବ । ଭକ୍ତ ୧,୧୦୦ ଟଙ୍କା ଦେଇ ଭର୍ଚୁଆଲ ପୂଜାରେ ବି ସାମିଲ ହୋଇପାରିବେ । ସେହିପରି ୧,୧୦୦ ଟଙ୍କା ପ୍ରସାଦ ବୁକିଂରେ ଶ୍ରୀ ଅମରନାଥଙ୍କ ୫ଗ୍ରାମର ଚାନ୍ଦି କଏନ, ୨,୧୦୦ ଟଙ୍କାର ପ୍ରସାଦ ବୁକିଂରେ ୧୦ ଗ୍ରାମର ଚାନ୍ଦି କଏନ ଓ ୫,୧୦୦ ଟଙ୍କା ବୁକିଂରେ ବିଶେଷ ହୱନଙ୍କ ପ୍ରସାଦ ଓ ଭର୍ଚୁଆଲ ପୂଜାର କମ୍ବିନେଶନ ମିଳିବ ।
ପୂଜାର ହୱନ ପୂଜାରୀଙ୍କ ଦ୍ୱାରା ପବିତ୍ର ଗୁମ୍ଫାରେ ବୈଦିକ ମନ୍ତ୍ର, ଶ୍ଳୋକ ଜପ ସହ ଭକ୍ତଙ୍କ ନାମ ଓ ଗୋତ୍ର ଉଚ୍ଚାରଣ କରି ପୂଜା କରାଯିବ ।

Related Articles

Back to top button