ଆସନ୍ତା ଜୁନ୍ ୨୯ ତାରିଖରୁ ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା ହେବ ଆରମ୍ଭ

ଆସନ୍ତା ଜୁନ୍ ୨୯ ତାରିଖରୁ ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହେବ । ଗୁମ୍ଫା ଭିତରେ ଦିବ୍ୟ ଦର୍ଶନ ଦେବେ ଦେବାଧିଦେବ ମହାଦେବ । ବରଫ ଲିଙ୍ଗ ଦର୍ଶନ କରବେ ଲକ୍ଷାଧିକ ଶ୍ରଦ୍ଧାଳୁ । ୨୨ ଦିନ ଧରି ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ଅଗଷ୍ଟ ୧୯ ତାରିଖରେ ଶେଷ ହେବ । ଯାତ୍ରା ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଶ୍ରଦ୍ଧାଳୁଙ୍କ ତୀର୍ଥଯାତ୍ରାକୁ ସୁଗମ କରିବା ପାଇଁ ପଞ୍ଜୀକରଣ, କ୍ୟାମ୍ପିଂ ସୁବିଧା, ଚିକିତ୍ସା ସୁବିଧା, ଟ୍ରାକ୍ ଅପଗ୍ରେଡ୍, ବିଦ୍ୟୁତ, ଜଳ ଯୋଗାଣ ଏବଂ ମୋବାଇଲ ଫୋନ୍ ବ୍ୟବହାର ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ତୀର୍ଥଯାତ୍ରୀଙ୍କୁ RFID କାର୍ଡ ଦିଆଯିବ ବୋଲି ଆଶା କରାଯାଉଛି ଯାହା ଦ୍ବାରା ଯାତ୍ରା ସମୟରେ ସେମାନେ କେଉଁ ସ୍ଥାନରେ ପହଞ୍ଚିଛନ୍ତି ତାହା ଜଣାପଡିବ । ଯାତ୍ରା ପୂର୍ବରୁ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ସୁରକ୍ଷା ସମ୍ବନ୍ଧରେ ଚିନ୍ତାଧାରାକୁ କମ୍ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

Related Articles

Back to top button