
ଭାରତରେ ଫୁଡ ଡେଲିଭରି ସର୍ଭିସ୍ ବନ୍ଦ କରିବ ଆମାଜନ
ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନ ଭାରତରେ ତାଙ୍କର ଫୁଡ ଡେଲିଭରି ସର୍ଭିସକୁ ବନ୍ଦ କରିବାକୁ ଯାଉଛନ୍ତି। ଏ ନେଇ ଆମାଜନ ପକ୍ଷରୁ ତାଙ୍କର ରେଷ୍ଟୁରାଣ୍ଟ ପାର୍ଟନରଙ୍କୁ ସୂଚିତ କରିଦେଇଛନ୍ତି। କହିଛନ୍ତି ଯେ ଆମାଜନ ଇଣ୍ଡିଆ ଚଳିତବର୍ଷ ଡିସେମ୍ବର ୨୯ ତାରିଖରୁ ଦେଶରେ ଖାଦ୍ୟ ବିତରଣ ବ୍ୟବସାୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ତାଙ୍କର ଏହି ସର୍ଭିସକୁ ମେ ୨୦୨୦ରେ ବେଙ୍ଗାଲୁରୁରେ ଆରମ୍ଭ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଆମଜାନ ପୂର୍ବରୁ ଆଡଟେକ୍ ସର୍ଭିସ୍ ବନ୍ଦ କରିସାରିଛନ୍ତି। ଏବେ କମ୍ପାନୀ ବୈଶ୍ୱିକ ସ୍ତରରେ କର୍ମଚାରୀଙ୍କ ଛଟେଇ ଉପରେ କାର୍ଯ୍ୟ କରୁଛି। ତେବେ କମ୍ପାନୀ ରେଷ୍ଟୁରାଣ୍ଟ ପାର୍ଟନରସଙ୍କୁ ବିଜନେସ୍ ଡିଲ ପୁରା କରିବା ସାଙ୍ଗକୁ ସବୁ କଣ୍ଟ୍ରାକ୍ଟ ପୁରଣ କରିବେ ବୋଲି କହିଛନ୍ତି। ତେବେ ଆମାଜନ ଦେଶରେ ଫୁଡ ଡେଲିଭରି ସିଷ୍ଟମକୁ ପର୍ଯ୍ୟାୟ କ୍ରମେ ବନ୍ଦ କରିବେ। ଫୁଡ ଡେଲିଭରି ସର୍ଭିସ ବନ୍ଦ କରିବା ନେଇ ଆମାଜନ କହିଛନ୍ତି ଯେ ବାର୍ଷିକ ଅପରେଟିଂ ରିଭ୍ୟୁରେ ଏହି ସେବାକୁ ଆଉ ଆଗକୁ ଚଳାଇ ରଖି ହେବ ନାହିଁ। ଏଣୁ କମ୍ପାନୀ ସତର୍କତା ପୂର୍ବକ ମୂଲ୍ୟାୟନ ବାଦେ ୨୯ ଡିସେମ୍ବର ୨୦୨୨ରୁ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।