ଆଇପିସି, ସିଆରପିସି ଆକ୍ଟରେ ସଂଶୋଧନ ହେବ – କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଦିଲ୍ଲୀ ପୋଲିସର ୭୬ତମ ଫାଉଣ୍ଡେସନ ଡେ’ ପରେଡରେ ଯୋଗ ଦେଇଛନ୍ତି। ସେ ତାଙ୍କ ସମ୍ବୋଧନରେ କହିଛନ୍ତି, ଏହି ପରେଡରେ ଯୋଗଦେବା ମୋ ପାଇଁ ଏକ ଗର୍ବର ମୁହୂର୍ତ୍ତ। ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ନିଜ କାର୍ଯ୍ୟ ପାଇଁ ଜଣାଶୁଣା ଏବଂ ସମଗ୍ର ଦେଶ ଏହାକୁ ପ୍ରଶଂସା କରିଛି। ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଯବାନମାନଙ୍କୁ ମୁଁ ମୋର ଶ୍ରଦ୍ଧାଞ୍ଜଳି ଦେବାକୁ ଚାହେଁ। ସ୍ବାଧୀନତା ପରେ ଦିଲ୍ଲୀ ପୋଲିସ ଶାନ୍ତି, ସେବା, ନ୍ୟାୟ ସ୍ଲୋଗାନ ଦେଇ ଆଗକୁ ବଢିଛି। ଦିଲ୍ଲୀ ପୋଲିସ ନିଜ କାର୍ଯ୍ୟରେ ଅନେକ ପରିବର୍ତ୍ତନ ଆଣିଛି, ଯାହା ଦେଶ ପାଇଁ ଲାଭଦାୟକ ଅଟେ।
ଏହି ଅବସରରେ ଶାହା ଏକ ବଡ ଘୋଷଣା କରିଥିଲେ। ସେ କହିଛନ୍ତି, ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟରେ କିଛି ସଂଶୋଧନ କରାଯିବ। ସ୍ବାଧୀନତା ପୂର୍ବରୁ ପୋଲିସର କାର୍ଯ୍ୟରେ ସେବାର ନାମ ନ ଥିଲା, କିନ୍ତୁ ବର୍ତ୍ତମାନ ସେଠାରେ ଅନେକ ସେବା ଭାବନା ରହିଛି। କରୋନା ପରି ବିଶ୍ୱ ମହାମାରୀ ସମୟରେ ଦିଲ୍ଲୀ ପୋଲିସର ଅବଦାନକୁ ବହୁ ପ୍ରଶଂସା କରାଯାଇଥିଲା। ୨୦୧୪ରୁ ଭାରତର ଆଇନ ଶୃଙ୍ଖଳା, ସୁରକ୍ଷା ସକରାତ୍ମକ ବିକାଶ ହୋଇଛି।

Related Articles

Back to top button