ହୃଦଘାତ ଯୋଗୁଁ ଆଖି ବୁଜିଛନ୍ତି ରେଡିଓ ଦୁନିଆର ମହାନ୍ ଉପସ୍ଥାପକ ଅମିନ ସୟାନୀ

ରେଡିଓ ଜଗତରେ ସ୍ୱରର ଯାଦୁଗର ଭାବରେ ଜଣାଶୁଣା ରେଡିଓ ଉପସ୍ଥାପକ ଅମିନ ସୟାନୀଙ୍କ ଦେହାନ୍ତ । ୯୧ ବର୍ଷ ବୟସରେ ହୃଦଘାତ ଯୋଗୁଁ ଆଖି ବୁଜିଛନ୍ତି ରେଡିଓ ଦୁନିଆର ମହାନ୍ ଉପସ୍ଥାପକ । ଅମିନ ସୟାନୀଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପୁତ୍ର ରଜିଲ ସୟାନୀ ସ୍ପଷ୍ଟ ସୂଚନା ଦେଇଛନ୍ତି । ବରିଷ୍ଠ ଉପସ୍ଥାପକଙ୍କ ନିଧନରେ କେବଳ ରେଡିଓ ଜଗତ ନୁହେଁ, ସମଗ୍ର ମନୋରଞ୍ଜନ ଦୁନିଆକୁ ଶୋକର କଳାବାଦଲ ଢାଙ୍କି ଦେଇଛି ।

ଅମିନ ସୟାନୀଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କ ପୁତ୍ର ରଜିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତକାଲି ଅମିନ ସୟାନୀଙ୍କର ହୃଦଘାତ ହୋଇଥିଲା । ଯାହାପରେ ତାଙ୍କୁ ତୁରନ୍ତ ଏଚ.ଏନ ରିଲାଏନ୍ସ ହସ୍ପିଟାଲକୁ ନେଇ ଯାଇଥିଲେ ପରିବାର ଲୋକେ । କିନ୍ତୁ ମେଡିକାଲରେ ପହଞ୍ଚିବା ପୂର୍ବରୁ ଅମିନ ସୟାନୀ ପ୍ରାଣ ତ୍ୟାଗ କରିଛନ୍ତି । ଆଜି ଶେଷ ଦର୍ଶନ ପରେ ଆସନ୍ତାକାଲି ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି କହିଛନ୍ତି ରଜିଲ ।୧୯୩୨ ମସିହା ଡିସେମ୍ବର ୨୧ ତାରିଖରେ ଜନ୍ମଗ୍ରହଣ କରିଥିବା ଅମିନ ସୟାନୀ ରେଡିଓ ଜଗତରେ ଖୁବ ପ୍ରସିଦ୍ଧିଲାଭ କରି ପାରିଛନ୍ତି । ତାଙ୍କ ସ୍ୱରର ଯାଦୁ ସମସ୍ତ ଶ୍ରୋତାଙ୍କୁ ବାନ୍ଧି ରଖିପାରିଥିଲା । ତେବେ ଅଲ୍ ଇଣ୍ଡିଆ ରେଡିଓରୁ ରେଡିଓ ଉପସ୍ଥାପକ ଭାବରେ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।

Related Articles

Back to top button