ଡ୍ରଗ୍ସ ଏବଂ ଆତଙ୍କବାଦ ଉପରେ ଜିରୋ ଟଲରାନ୍ସ ନୀତି ଅନୁସରଣ କରୁଛନ୍ତି ସରକାର- ଲୋକସଭାରେ ଉତ୍ତର ଦେଲେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ କହିଛନ୍ତି ଯେ ଆମ ସରକାର ଡ୍ରଗ୍ସ ଏବଂ ଆତଙ୍କବାଦ ଉପରେ ଜିରୋ ଟଲରାନ୍ସ ନୀତି ଅନୁସରଣ କରୁଛନ୍ତି। ଡ୍ରଗ୍ ପ୍ରସଙ୍ଗରେ ଅମିତ ଶାହା ଲୋକସଭାରେ ଏହି ଉତ୍ତର ଦେଇଛନ୍ତି । ଡ୍ରଗ୍ସ ଦେଶ ପାଇଁ ଏକ ଗୁରୁତର ସମସ୍ୟା ବୋଲି ସେ କହିଛନ୍ତି। ଡ୍ରଗ୍ ବିରୋଧରେ ମୋଦୀ ସରକାର କଠୋର ନୀତି ଆପଣାଇଛନ୍ତି।

ଡ୍ରଗ୍ସ ସମ୍ବନ୍ଧରେ କୌଣସି ରାଜନୀତି ହେବା ଉଚିତ ନୁହେଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି। ଡ୍ରଗ୍ସ ଉପରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି । ଦେଶକୁ ଡ୍ରଗ୍ ମୁକ୍ତ କରିବା ପିଏମ ମୋଦୀଙ୍କ ଏହା ହେଉଛି ଏକ ସଂକଳ୍ପ।
ଶାହା କହିଛନ୍ତି ଯେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଡ୍ରଗ୍ସ ବିରୋଧରେ ଯୁଦ୍ଧ କରିବାକୁ ପଡ଼ିବ। ସୀମା, ବନ୍ଦର ଏବଂ ବିମାନବନ୍ଦର ମାଧ୍ୟମରେ ଡ୍ରଗ୍ସର ପ୍ରବେଶକୁ ବନ୍ଦ କରିବା ଆବଶ୍ୟକ । ଆୟକର ବିଭାଗ, ଏନସିବି ଏବଂ ନିଶା ନିବାରଣ ଏଜେନ୍ସିଗୁଡ଼ିକୁ ମିଳିତ ଭାବେ ଡ୍ରଗ୍ କାରବାର ବିରୋଧରେ ଲଢ଼ିବାକୁ ପଡିବ।

ଶାହା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଯେଉଁ ରାଜ୍ୟଗୁଡିକ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ଯେଉଁମାନେ ସାହାଯ୍ୟ କରନ୍ତି ନାହିଁ ସେମାନେ ଡ୍ରଗ୍ ବେପାରୀଙ୍କୁ ଆହୁରି ସକ୍ଷମ କରୁଛନ୍ତି। ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କୁ ଏନସିବି ସହିତ ଡ୍ରଗ୍ କାରବାରର ଯାଞ୍ଚ ପାଇଁ ସଂସଦ ପକ୍ଷରୁ କ୍ଷମତା ଦିଆଯାଇଛି। ତେଣୁ ତାଙ୍କୁ ତାଙ୍କ କାର୍ଯ୍ୟ କରିବାକୁ ଦେବା ଆବଶ୍ୟକ ଆହୁରି ମଧ୍ୟ ସେ କହିଛନ୍ତି ଏହାକୁ ଯେଉଁମାନେ ବୃଦ୍ଧି ହେବାକୁ ପ୍ରଶୟ ଦେଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related Articles

Back to top button