
ପହଲଗାମ୍ ଆକ୍ରମଣକୁ ନେଇ କଡ଼ା ଚେତାବନୀ ଦେଲେ ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା
ପହଲଗାମ୍ ଆକ୍ରମଣକୁ ନେଇ କଡ଼ା ଚେତାବନୀ ଦେଲେ ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। କହିଲେ, ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଦିଆଯିବ କଡ଼ା ଜବାବ। କୌଣସି ପରିସ୍ଥିତିରେ ବି ଆତଙ୍କବାଦୀଙ୍କୁ ଛଡାଯିବ ନାହିଁ। ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଗ୍ରହଣ କରିଛି ଭାରତ। ଆତଙ୍କବାଦ ବିରୋଧରେ ଦେଶର ଏ ଲଢେଇ ଚାଲିଥିବା ବେଳେ ସାରା ବିଶ୍ୱ ଆମ ସହ ରହିଛି ବୋଲି ଶାହା କହିଛନ୍ତି।
ଅମିତ ଶାହ କହିଛନ୍ତି, “ଯଦି କେହି କାପୁରୁଷ ଭଳି ଆକ୍ରମଣ କରି ଭାବୁଛନ୍ତି ଯେ ଏହା ସେମାନଙ୍କର ବଡ଼ ବିଜୟ, ତେବେ ଗୋଟିଏ କଥା ବୁଝନ୍ତୁ, ଏହା ହେଉଛି ନରେନ୍ଦ୍ର ମୋଦି ସରକାର, କାହାକୁ ଛଡ଼ାଯିବ ନାହିଁ। ଏହି ଦେଶର ପ୍ରତି ଇଞ୍ଚରୁ ଆତଙ୍କବାଦକୁ ମୂଳୋତ୍ପାଟନ କରିବା ଆମର ଦୃଢ଼ ସଂକଳ୍ପ ଏବଂ ଏହା ପୂରଣ ହେବ। କେବଳ ୧୪୦ କୋଟି ଭାରତୀୟ ନୁହଁ, ବରଂ ସମଗ୍ର ବିଶ୍ୱ ଏହି ଲଢ଼େଇରେ ଭାରତ ସହ ଛିଡ଼ା ହୋଇଛି। ପହଲଗାମ୍ ଆକ୍ରମଣରେ ସାମିଲ ଥିବା ପ୍ରତି ଆତଙ୍କବାଦୀକୁ ଖୋଜି ଖୋଜି ହତ୍ୟା କରାଯିବ। ସରକାର କାହାରିକୁ ବି ଛାଡ଼ିବେ ନାହିଁ”।