ନଦୀରୁ ମିଳିଲା ଅଯୋଧ୍ୟାର ରାମଲାଲାଙ୍କ ସଦୃଶ ପ୍ରଭୁ ବିଷ୍ଣୁଙ୍କ ପ୍ରତିମା

କର୍ଣ୍ଣାଟକର ରାଇଚୁର ଜିଲ୍ଲାର ଏକ ଗ୍ରାମରେ କୃଷ୍ଣ ନଦୀରେ ଭଗବାନ ବିଷ୍ଣୁଙ୍କର ଏକ ପ୍ରାଚୀନ ପ୍ରତିମା ଦେଖିବାକୁ ମିଳିଥିଲା ଯେଉଁଥିରେ ଦଶଟି ଅବତାର ଖୋଦିତ ହୋଇଛି । ଅଯୋଧ୍ୟାରେ ନୂତନ ଭାବେ ନିର୍ମିତ ପବିତ୍ର ମନ୍ଦିରରେ ପ୍ରତିଷ୍ଠା ହୋଇଥିବା ‘ରାମ ଲାଲା’ଙ୍କର ମୂର୍ତ୍ତି ସହିତ ସମାନ ଭଳି ଭଗବାନ ବିଷ୍ଣୁଙ୍କ ପ୍ରାଚୀନ ପ୍ରତିମା । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ରାମଲାଲାଙ୍କ ମୂର୍ତ୍ତି ଚାରିପାଶ୍ୱର୍ରେ ଯେପରି ଚିତ୍ରମାନ ଖୋଦିତ କରାଯାଇଛି । ଠିକ ସେହିପରି ଭଗବାନ ବିଷ୍ଣୁଙ୍କ ପ୍ରାଚୀନ ପ୍ରତିମାରେ ଖୋଦିତ ହୋଇଛି । ନଦୀରୁ ଠାବ ହୋଇଥିବା ଭଗବାନ ବିଷ୍ଣୁଙ୍କ ପ୍ରାଚୀନ ପ୍ରତିମା ସହ ଏକ ଶିବଲିଙ୍ଗ ମଧ୍ୟ ଠାବ କରାଯାଇଛି ।କୃଷ୍ଣ ନଦୀ ଅବବାହିକାରେ ମିଳିଥିବା ଏହି ବିଷ୍ଣୁ ପ୍ରତିମାଙ୍କର ଅନେକ ବିଶେଷ ଗୁଣ ରହିଛି ବୋଲି ରାଇଚୁର ବିଶ୍ୱବିଦ୍ୟାଳୟର ପ୍ରାଚୀନ ଇତିହାସ ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ଅଧ୍ୟାପକ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ଭଗବାନ ବିଷ୍ଣୁଙ୍କ ଚତୁର୍ଦ୍ଦିଗରେ ମତ୍ସ୍ୟ, କୁର୍ମ, ବରାହ, ନରସିଂହା, ବାମନ, ରାମ, ପର୍ଶୁରାମ, କୃଷ୍ଣ, ବୁଦ୍ଧ ଏବଂ କଲ୍କି ପରି ‘ଦଶବତାର’ ଚିତ୍ରମାନ ଖୋଦିତ ହୋଇଛି । ତେବେ ପ୍ରତ୍ନତତ୍ତ୍ୱବିତମାନେ କହିଛନ୍ତି ଯେ ଏହି ପ୍ରତିମୂର୍ତ୍ତି ଏକାଦଶ କିମ୍ବା ଦ୍ୱାଦଶ ଶତାବ୍ଦୀରୁ ଆରମ୍ଭ ହୋଇଛି। କିନ୍ତୁ ଏହି ପ୍ରତିମା ପାଖରେ ଗୁରୁଡଙ୍କ ମୂର୍ତ୍ତି ନାହିଁ । ଯାହାଙ୍କୁ ସବୁବେଳେ ଆମେ ବିଷ୍ଣୁଙ୍କ ମୂର୍ତ୍ତୀ ଗୁଡିକରେ ଦେଖିବାକୁ ମିଳିଥାଏ । ତେଣୁ ଏହା ଭେଙ୍କଟେଶ୍ୱରଙ୍କ ସଦୃଶ ପରି ମଧ୍ୟ କୁହାଯାଇଛି।

Related Articles

Back to top button