ପୁଣି କେଜ୍ରିଓ୍ବାଲଙ୍କୁ ଲାଗିଲା ଝଟକା : ଜେଲରେ ରହିବେ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କୋର୍ଟରୁ ପୁଣି ଥରେ ନିରାଶ ହୋଇଛନ୍ତି । କେଜ୍ରିଓ୍ବାଲଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ । ଏହାସହ ଇଡି ଦ୍ବାରା ତାଙ୍କୁ କରାଯାଇଥିବା ଗିରଫଦାରୀ ବିରୋଧରେ କରିଥିବା ଆବେଦନ ଉପରେ ମଧ୍ୟ କୋର୍ଟ ରାୟ ସଂରକ୍ଷିତ ରଖି ଦେଇଛନ୍ତି । କୁହାଯାଉଛି, କେଜ୍ରିଓ୍ବାଲ ଗିରଫଦାରୀ ଅବୈଦ୍ଧ ବୋଲି ଅଭିଯୋଗ କରିଥିବା ଆବେଦନ ଉପରେ ଶୁଣାଣି ପାଇଁ ୫ରୁ ୭ ଦିନ ଲାଗି ପାରେ ।ସୂଚନାଯୋଗ୍ୟ, ମନି ଲଣ୍ଡରିଂ ମାମଲାରେ ସୁପ୍ରିମକୋର୍ଟ କେଜ୍ରିଓ୍ବାଲଙ୍କୁ ଅନ୍ତରିଣ ଜାମିନ ଦେଇଛନ୍ତି । ହେଲେ ଭ୍ରଷ୍ଟାଚାର ମାମଲାରେ ସେ ଏବେ ସିବିଆଇ ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି ।

Related Articles

Back to top button