ପୁଣି ମୋଦୀ ହେଲେ ବିଶ୍ଵର ଲୋକପ୍ରିୟ ନେତା

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି। ମର୍ନିଂ କନ୍ସଲ୍ଟ ନାମକ ଏକ ବୈଶ୍ୱକ ବିଚାର ବୃଦ୍ଧିମଳା ସଂସ୍ଥା ବିଶ୍ୱର ୨୫ଟି ଦେଶର ନେତାଙ୍କ ଲୋକପ୍ରିୟତାକୁ ନେଇ ଆଜି ଏକ ସଦ୍ୟତମ ତାଲିକା ଜାରି କରିଛି । ଯେଉଁଥିରେ ୬୯ ପ୍ରତିଶତ ଆଷ୍ଟ୍ରଭାଲ ରେଟି ସହ ମୋଦି ତାଲିକାର ଶୀର୍ଷରେ ରହିଛନ୍ତି। ତାଙ୍କ ପଛକୁ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର 63% ଅନୁମୋଦନ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଆପ୍ଲୁଭାଲ ରେଟି ୩୯ ପ୍ରତିଶତ ରହିଥିଲା ବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୋଙ୍କର ୨୯ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଂଙ୍କ ରେଟିଂ ୨୦ ପ୍ରତିଶତ ରହିଛି।

Related Articles

Back to top button