ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବେଲ୍ ଆବେଦନ ଖାରଜ କଲେ ସିବିଆଇ କୋର୍ଟ

ନୂଆଦିଲ୍ଲୀ: ପୁଲିସ କଷ୍ଟୁଡିରେ ରହିବେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଓ ତାଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପାଲାଣ୍ଡେ। ପୁଣିଥରେ ସିବିଆଇ କୋର୍ଟ ତାଙ୍କ ବେଲ୍ ଆବେଦନ ଖାରଜ କରିଦେଇଛନ୍ତି। ହୃଦରୋଗ ଯୋଗୁ ଅନୀଲ ବର୍ତ୍ତମାନ ଏକ ସିଟି ହସ୍‌ପିଟାଲ୍‌ରେ ରହି ଚିକିତ୍ସିତ ହେଉଛନ୍ତି।

ବେଲ୍ ଖାରଜ କଲା ବେଳେ କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ତାଙ୍କ ଆବଶ୍ୟକ ଅନୁସାରେ ଡାକ୍ତରୀ ଚିକିତ୍ସା ନେଉଛନ୍ତି। ଦେଶମୁଖଙ୍କ ବିରୋଧରେ ଥିବା ମାମଲା ବିପୁଳ ପରିମାଣରେ ଟଙ୍କା କାରବାର ହୋଇଛି। ଯାହା ଦେଶର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଛି।

ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ବିଚାରପତି ଏଚ୍‌ ଗଲୱାନୀ କହିଛନ୍ତି ଧାରା ୧୬୪ ଅଧିନରେ ରେକର୍ଡ କରାଯାଇଥିବା ନିଲମ୍ବିତ ମୁମ୍ବାଇ ପୁଲିସ ସଚିନ ୱାଜେ ବୟାନ ଶୁଣାଣିରେ ଅତି ଗୁରୁତ୍ୱପୂର୍ଣ୍ଣ। ଏହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ବିଚାରପତି କହିଛନ୍ତି।

ବିଚାରପତି ଆହୁରି କହିଛନ୍ତି ” ଜଣେ ବ୍ୟକ୍ତି ହତ୍ୟା କଲେ ଏହା ନିର୍ଦ୍ଦିଷ୍ଟ ସମୟ ପାଇଁ ହୋଇଥାଏ କିନ୍ତୁ ଏହା ଏକ ଆର୍ଥିକ ଅପରାଧ ଯାହା ହିସାବ କରି କରାଯାଇ ପାରେ । ସେ ଏ ବିଷୟରେ ଅବଗତ ଥିବେ।”

ସୂଚନା ଥାଉକି ପୁଲିସ ଲଗାଇ ଦାଦା ବଟି ଆଦାୟ କରିବା ଅଭିଯୋଗରେ ଗତ ବର୍ଷ ନଭେମ୍ବରରେ ଅନୀଲଙ୍କୁ ଗିରଫ କରିଥିଲା। ଇଡି। ତା ପୂର୍ବରୁ ଏପ୍ରିଲ ୧ ତାରିଖରେ ତାଙ୍କର ବିରୋଧରେ ଏନେଇ ମାମଲା ହୋଥିଲା। ନିକଟରେ ଏହି ମାମଲାରେ ଦେଶମୁଖଙ୍କୁ ବେଲ୍‌ ଦେଇଥିଲେ ବମ୍ବେ ହାଇକୋର୍ଟ।

Related Articles

Back to top button