ଝାରସୁଗୁଡା ଜିଲାରେ ମାଟ୍ରିକ ପାସହାର ୯୩.୭୩%

ଝାରସୁଗୁଡା: ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ବୁଧବାର ବିଧିବଦ୍ଧ ଭାବେ ପ୍ରକାଶ ପାଇଛି। ଏଥିମଧ୍ୟରେ ଝାରସୁଗୁଡା ଜିଲାରେ ପାସହାର ୯୩.୭୩ ପ୍ରତିଶତ ହୋଇଛି । ଜିଲାର ଏହି ପାସହାରରେ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମାନେ ଆଗରେ ରହିଛନ୍ତି। ଜିଲାରେ ଚଳିତବର୍ଷ ସମୁଦାୟ ୬,୩୭୪ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ଏଥି୍ଯଯଯରୁ ୬,୨୯୮ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଧିମଧ୍ୟରେ ଛାତ୍ରୀ ୩,୨୩୦ ଜଣ ଓ ଛାତ୍ର ୩,୦୬୮ଜଣ ବୋଲି ଜଣାପଡିଛି। ଏଥିରେ ୭୯ ଏ୧ ଗ୍ରେଡ,୯୯୧ ଏ ୨ ଗ୍ରେଡ,୨,୦୫୬ ବି୧ ଗ୍ରେଡ,୧,୮୨୪ ବି୨ ଗ୍ରେଡ,୯୨୮ସି ଗ୍ରେଡ,୩୪୭ ଡି ଗ୍ରେଡ,୭୩ ଇ ଗ୍ରେଡର ଉତ୍ତୀର୍ଣ୍ଣ ହୋଇଛନ୍ତି।

Related Articles

Back to top button