ଭାଇରାଲ ହେଲା ଆଇଆଇଟି ବାବାଙ୍କ ଆଉ ଏକ କାରନାମା

ଆଇଆଇଟି ବାବା ଅଭୟ ସିଂହଙ୍କ ଆଉ ଏକ କାରନାମା ସାମ୍ନାକୁ ଆସିଛି। ଜାତୀୟ ସ୍ତରର ଏକ ଖବର ସରବରାହ ସଂସ୍ଥାରେ ଲାଇଭ ଶୋ’ ସମୟରେ ବାବା ହଙ୍ଗାମା କରିଥିବା ଦେଖିବାକୁ ମିଳିଛି। ଏପରି କି ତାଙ୍କୁ ଶାନ୍ତ ରହିବାକୁ ବୁଝାଉଥିବା ଜଣେ ଧର୍ମଗୁରୁଙ୍କ ଉପରକୁ ବାବା ଗରମ ଚା’ ଫିଙ୍ଗିଛନ୍ତି। ବାବାଙ୍କ କାରନାମାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି।ଅନ୍ୟପଟେ ବାବା ଅଭିଯୋଗ କରିଛନ୍ତି ଯେ, ଲାଇଭ ଶୋ’ରେ ତାଙ୍କୁ ଦୁର୍ବ୍ୟବହାର କରାଯିବା ସହିତ ବାଡ଼ିରେ ପିଟାଯାଇଛି। କିନ୍ତୁ ପ୍ରଘଟ ଭିଡିଓରେ ସେପରି କୌଣସି ଦୃଶ୍ୟ ଦେଖିବାକୁ ମିଳିନାହିଁ। ବାବା ଉକ୍ତ ଚ୍ୟାନେଲ ବନ୍ଦ କରିଦେବାକୁ ମଧ୍ୟ ଧମକ ଦେଇଛନ୍ତି।

ଗତ ଶୁକ୍ରବାର ତାଙ୍କୁ ଏକ ଖବର ସରବରାହ ସଂସ୍ଥା ପକ୍ଷରୁ ଲାଇଭ ଶୋ’କୁ ଡକାଯାଇଥିଲା। ଯେଉଁଠି କିଛି ଗେରୁଆ ବସ୍ତ୍ରଧାରୀ ସାଧୁଙ୍କ ସହିତ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବାବା ଅଧାରୁ ଶୋ’ ଛାଡ଼ି ଚାଲିଯିବାକୁ ବାହାରିଥିଲେ। ଜଣେ ଧର୍ମଗୁରୁ ବାବାଙ୍କୁ ବୁଝାଇବାରୁ ତାଙ୍କ ଉପରକୁ ସେ ଚା’ ଫିଙ୍ଗିଥିଲେ। କିନ୍ତୁ ଅନ୍ୟପଟେ ଥାନାକୁ ଯାଇ ତାଙ୍କୁ ଲାଇଭ ଶୋ’ରେ ମାଡ଼ ମରାଯାଇଥିବା ଅଭିଯୋଗ କରିଛନ୍ତି ବାବା।

Related Articles

Back to top button