କୁନୋ ନେସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ

ଭୋପାଲ: ମଧ୍ୟପ୍ରଦେଶର କୁନୋ ନେସନାଲ ପାର୍କ ପାଲଟିଛି ଚିତା ମୃତ୍ୟୁର ହବ୍ । ଏଠାରେ ଥିବା ଗୋଟିଏ ପରେ ଗୋଟିଏ ଚିତା ପ୍ରାଣ ହରାଇବାରେ ଲାଗିଛନ୍ତି । ଆଜି ପୁଣି ଏକ ଚିତା ତେଜସ୍ ଏହି ପାର୍କରେ ମୃତ୍ୟୁବରଣ କରିଛି । ତେବେ ଏହାର ମୃତ୍ୟୁକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି । ତେଜସର ମୃତ୍ୟୁ ସାଧାରଣ ନୁହେଁ ବୋଲି ଆଲୋଚନା ହେଉଛି । କାରଣ ଚିତାର ବେକରେ ଗଭୀର ଆଘାତ ଲାଗିଥିବା ଦେଖାଯାଇଛି ।

ବନ ବିଭାଗ ଏ ନେଇ ସ୍ପଷ୍ଟେ ସୂଚନା ଦେଇଛି । ଆସି କୁନୋ ନେସନାଲ ପାର୍କରେ ଥିବା ତେଜସ ଚିତା ଆଜି ମୃତ୍ୟୁବରଣ କରିଛି । ତେବେ ମିଳିଥିବା ସୂଚନା ଅନୁସାରେ, ତେଜସ ବେକରେ ଏକ ବଡ ଧରଣର କ୍ଷତ ହୋଇଥିଲା । ତେବେ ଏହାକୁ ଚିକିତ୍ସା କରିବା ପୂର୍ବରୁ ହିଁ ତେଜସ ପ୍ରାଣ ହରାଇଛି । କିନ୍ତୁ ବେକରେ ଥିବା କ୍ଷତ ତେଜସର ମୃତ୍ୟୁର କାରଣ ବୋଲି ଅନୁମାନ କରାଯାଉଛି । ତେବେ ତେଜସ ମଧ୍ୟ ନାମିବିଆ ଏବଂ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତାମାନଙ୍କ ମଧ୍ୟରୁ ଗୋଟିଏ ଥିଲା । ଏହି ସେମାନଙ୍କ ମଧ୍ୟରୁ ୧୦ ମାସ ମଧ୍ୟରେ ୭ ଜଣ ଚିତାଙ୍କର ମୃତ୍ୟୁ ହୋଇସାରିଛି । ତେଜସ ସପ୍ତମ ଚିତା ଭାବରେ ଏହି ପାର୍କରେ ମୃତ୍ୟୁବରଣ କରିଛି ।

Related Articles

Back to top button