କେରଳରେ ନିପାହ ଭାଇରସରେ ସମ୍ଭାବ୍ୟ ମୃତ୍ୟୁର ଦ୍ଵିତୀୟ ଘଟଣା ବଢାଇଲା ଚିନ୍ତା

କେରଳରେ ନିପା ଭାଇରସର ଆଉ ଏକ ସମ୍ଭାବ୍ୟ ମାମଲା ଚିନ୍ତା ବଢ଼ାଇଛି । ପଲକ୍କଡ଼ ଜିଲ୍ଲାର ୫୭ ବର୍ଷୀୟ ଜଣେ ବ୍ୟକ୍ତିଙ୍କର ଜୁଲାଇ ୧୨ ତାରିଖରେ ମୃତ୍ୟୁ ଘଟିଥିଲା । ଆଶଙ୍କା କରାଯାଉଛି କି, ସେ ନିପାହ ଭାଇରସରେ ସଂକ୍ରମିତ ଥିଲେ । ଏହାକୁ ଦୃଷ୍ଟିରେ ରଖି ସରକାର ନିକଟ ସମ୍ପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ସହିତ ଅଞ୍ଚଳରେ ନିଜର ରଖିବା ଆରମ୍ଭ କରି ଦେଇଛନ୍ତି ।ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି କି, ମୃତ ବ୍ୟକ୍ତିଙ୍କର ଚିକିତ୍ସା ପଲକ୍କଡ଼ ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ଚାଲିଥିଲା । ତାଙ୍କ ନମୁନାଗୁଡ଼ିକର ଯାଞ୍ଚ ମଞ୍ଜେରି ମେଡିକାଲ କଲେଜରେ କରାଯାଇଥିଲା, ଯେଉଁଠାରେ ନିପାହ ଭାଇରସ୍ ସଂକ୍ରମଣର ପ୍ରାଥମିକ ସଙ୍କେତ ମିଳିଛି । ସରକାର ଏବେ ପୁଣେସ୍ଥିତ ରାଷ୍ଟ୍ରୀୟ ବିଷାଣୁ ବିଜ୍ଞାନ ସଂସ୍ଥାନ (ଏନଆଇଭି)ରୁ ନିଶ୍ଚିତ ରିପୋର୍ଟକୁ ଅପେକ୍ଷା କରିଛନ୍ତି ।

ବର୍ତ୍ତମାନ ସମୟରେ କେରଳରେ ନିପାହ ଭାଇରସରେ ସମ୍ଭାବ୍ୟ ମୃତ୍ୟୁର ଏହା ଦ୍ଵିତୀୟ ଘଟଣା । ଏହା ପୂର୍ବରୁ ମଲପ୍ପୁରମର ଜଣେ ବାସିନ୍ଦାଙ୍କର ନିକଟରେ ସଂକ୍ରମଣରେ ମୃତ୍ୟୁ ଘଟିଥିଲା । ଯେତେବେଳେ କି, ପଲକ୍କଡ଼ ଜିଲ୍ଲାର ଅନ୍ୟ ଜଣେ ରୋଗୀ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।ସେପଟେ ନୂଆ ମାମଲାକୁ ଦୃଷ୍ଟିରେ ରଖି ସରକାର ଅଞ୍ଚଳରେ କଡ଼ା ନଜର ରଖିବା ଆରମ୍ଭ କରିଦେଇଛନ୍ତି । ସମ୍ଭାବ୍ୟ ସଂକ୍ରମିତଙ୍କ ସମ୍ପର୍କରେ ଆସିଥିବା ୪୬ ଲୋକଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ଲୋକମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଏବଂ ମୋବାଇଲ୍ ଟାୱାର ଲୋକେସନର ଡାଟା ମଧ୍ୟ ବ୍ୟବହାର କରାଯାଉଛି । ଏହାରି ଭିତରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଛଅଟି ଜିଲ୍ଲା- ପଲକ୍କଡ଼, ମଲପ୍ପୁରମ୍, କୋଝିକୋଡ, କନ୍ନୁର, ୱାୟନାଡ଼ ଏବଂ ତ୍ରିଶୁରର ହସ୍ପିଟାଲଗୁଡ଼ିକୁ ନିପାହ ଭାଇରସ୍ ପାଇଁ ଆଲର୍ଟ ଜାରି କରିଛନ୍ତି ।

Related Articles

Back to top button