ଓଟିଟି ପ୍ଲାଟଫର୍ମରେ ତମାଖୁ ବିରୋଧୀ ଚେତାବନୀ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଯୁବପୀଢ଼ିଙ୍କୁ ପ୍ରଭାବିତ କରୁଛି ସେଲିବ୍ରିଟିଙ୍କ ବିଜ୍ଞାପନ । ସ୍କ୍ରିନରେ ମନପସନ୍ଦର ସେଲିବ୍ରିଟିଙ୍କ ବିଜ୍ଞାପନ ଦେଖି ଅନୁକରଣ କରୁଛନ୍ତି ଫ୍ୟାନ୍ । ଏପରିକି ତମାଖୁ ସେବନ ବି କରୁଛନ୍ତି। ଧୀରେ ଧୀରେ ତମାଖୁ ଜାଲରେ ଫସି ଯାଉଛନ୍ତି । ବଲିଉଡ ହେଉ କି ଓଲିଡଡ କଳାକାର ତମାଖୁ ବ୍ରାଣ୍ଡର ବିଜ୍ଞାପନ କରିବାକୁ ପଛଉ ନାହାନ୍ତି ସେଲିବ୍ରିଟି। ପରଦାରେ ଏସବୁ ବିଜ୍ଞାପନରେ ଫିଲ୍ମଷ୍ଟାରଙ୍କ ନିଖୁଣ ଅଭିନୟ ଦେଖି ତମାଖୁ ସେବନ କରୁଛନ୍ତି ଯୁବପୀଢ଼ି। ତମାଖୁର ବିଭିନ୍ନ କୁପ୍ରଭାବର ଶିକାର ହେଉଛନ୍ତି । ସିଗାରେଟ ଓ ଗୁଟଖା ସେବନ କରି ପୁରୁଷ ହରାଉଛନ୍ତି ପ୍ରଜନନ ଶକ୍ତି। ତେଣୁ ସମାଜ ପାଇଁ ଆଦର୍ଶ ପାଲଟିଥିବା ସେଲିବ୍ରିଟିମାନେ ନିଜ ଆଡୁ ତମାଖୁ ବ୍ରାଣ୍ଡର ବିଜ୍ଞାପନରୁ ଓହରିବା ପାଇଁ ବିଶ୍ବ ତମାଖୁ ଦିବସରେ ଅପିଲ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟ ସରକାର ତମାଖୁ ବର୍ଜନ ଦିଗରେ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ସରକାରୀ କାର୍ଯ୍ୟାଳୟରେ ଗୁଟଖା ବ୍ୟାନ ସହ କଡ଼ାକଡ଼ି ଏନଫୋର୍ସମେଣ୍ଟ କରାଯାଉଛି । ଆବଶ୍ୟକସ୍ଥଳରେ ଫାଇନ୍ ବି ଆଦାୟ କରାଯାଉଛି। କେବଳ ସାଧାରଣ ଲୋକ ନୁହନ୍ତି, ସରକାରୀ ବାବୁ ବି ତମାଖୁ ସେବନ ପାଇଁ ତଣ୍ଡ ଗଣିଛନ୍ତି। ତମାଖୁ ନିୟନ୍ତ୍ରଣ ଦିଗରେ ଉଲ୍ଲେଖନୀୟ କାମ କରି ଉପାନ୍ତ ମାଲକାନଗିରି, ରାୟଗଡ଼ା ଓ ପୁରୀ ଜିଲ୍ଲାକୁ ସମ୍ମାନିତ କରାଯାଇଛି।

କେନ୍ଦ୍ର ସରକାର ବି ଓଟିଟି ପ୍ଲାଟଫର୍ମରେ ତମାଖୁ ବିରୋଧୀ ଚେତାବନୀ ବାଧ୍ୟତାମୂଳକ କରିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ନୂଆ ନିୟମାବଳୀକୁ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ। ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ଫିଲ୍ମ, ଅଡିଓ ଭିଜୁଆଲ ପ୍ରୋଗ୍ରାମ, ପ୍ରାମାଣିକ ଚଳଚ୍ଚିତ୍ର, ଟେଲିଭିଜନ ପ୍ରୋଗ୍ରାମ, ସିରିଆଲ, ଓ୍ବେବସିରିଜ୍ ଭଳି କ୍ଷେତ୍ରରେ ଏହି ନିୟମ କାର୍ଯ୍ୟକାରୀ ହେବ।

Related Articles

Back to top button