ରାସ୍ତା ଉପରୁ କୌଣସି ବି ଧାର୍ମିକ ଢାଞ୍ଚା ହଟାଇବା ଜରୁରୀ : ସୁପ୍ରିମକୋର୍ଟ

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଶୁଣାଣି କରି କଡା ଟିପ୍ପଣୀ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଜନତାଙ୍କ ସୁରକ୍ଷା ସର୍ବ ପ୍ରଥମ ଏବଂ ରାସ୍ତା ଉପରୁ କୌଣସି ବି ଧାର୍ମିକ ଢାଞ୍ଚା ହଟାଇବା ଜରୁରୀ । ଅପରାଧର ଅଭିଯୁକ୍ତଙ୍କ ବିରୋଧରେ ବୁଲଡୋଜର ଆକ୍ସନ ବିରୋଧରେ ଯାଚିକା ଉପରେ ଶୁଣାଣି କରି ଏହା କହିଛନ୍ତି ଜଷ୍ଟିସ ବିଆର ଗବଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ପୀଠ ।

ଅଦାଲତ କହିଛନ୍ତି, ଲୋକଙ୍କ ସୁରକ୍ଷା ସର୍ବୋପରି । ସେ ମନ୍ଦିର ହେଉ କି ଦରଘା ଯାହା ରାସ୍ତା, ଜଳମାର୍ଗ କିମ୍ବା ରେଳ ପଥକୁ ଅବରୋଧ କରୁଛି, ସେ ସବୁକୁ ହଟାଯିବା ଜରୁରୀ । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି, ଭାରତ ଏକ ଧର୍ମନିରପେକ୍ଷ ଦେଶ । ତେଣୁ ବୁଲଡୋଜର ଆକ୍ସନକୁ ନେଇ ଏହାର ଆଦେଶ ସମସ୍ତ ନାଗରିକଙ୍କୁ ପାଳନ କରିବାକୁ ପଡିବ, ସେ ଯେଉଁ ଧର୍ମର ହୋଇଥାଆନ୍ତୁ ନା କାହିଁକି ।ପୀଠ ସେପ୍ଟେମ୍ବର ୧୭ ତାରିଖ ଶୁଣାଣିରେ କହିଥିଲେ ଯେ, କୋର୍ଟଙ୍କ ବିନା ଅନୁମତିରେ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କ ସମେତ ଲୋକଙ୍କ ସଂପତ୍ତିକୁ ବୁଲଡୋଜର ଜରିଆରେ ଭଙ୍ଗା ଯାଇ ପାରିବ ନାହିଁ । କିନ୍ତୁ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ରାସ୍ତା କିମ୍ବା ସାର୍ବଜନୀନ ସ୍ଥାନରେ ବେଆଇନ ନିର୍ମାଣକୁ ଭଙ୍ଗା ଯାଇ ପାରିବ । ଏଥିପାଇଁ କୋର୍ଟଙ୍କ ଅନୁମତି ଅନାବଶ୍ୟକ ।

Related Articles

Back to top button