୩ ଦିନ ଭିତରେ ଅଟୋ ସେବା ବନ୍ଦ କରିବାକୁ ଓଲା, ଉବେର ଓ ରାପିଡୋକୁ ନିର୍ଦ୍ଦେଶ ଦେଲେ କର୍ଣ୍ଣାଟକ ସରକାର

କର୍ଣ୍ଣାଟକ: ଆପ୍‌ ଦ୍ୱାରା ଯାତ୍ରୀମାନଙ୍କୁ ପରିବହନ ସେବା ଯୋଗାଉଥିବା କମ୍ପାନୀଗୁଡ଼ିକ ଉପରେ ଖପ୍ପା ହେଲେ କର୍ଣ୍ଣାଟକ ସରକାର। ଲୋକଙ୍କ ଅଭିଯୋଗ ପରେ ରାଜ୍ୟରେ ଅଟୋ ସର୍ଭିସ୍ ବନ୍ଦ କରିବାକୁ ଆପ୍‌ ପରିଚାଳିତ ପରିବହନ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ସରକାର।

ଓଲା, ଉବେର ଓ ରାପିଡୋ ଭଳି ପରିବହନ ସେବା ଯୋଗାଉଥିବା କମ୍ପାନୀକୁ ରାଜ୍ୟରେ ୩ ଦିନ ଭିତରେ ଅଟୋ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ଅନୁସାରେ, ଏହି କମ୍ପାନୀଗୁଡ଼ିକ ଗ୍ରାହକଙ୍କ ଠାରୁ ଅଧିକ ଭଡ଼ା ଆଦାୟ କରୁଛନ୍ତି। ଏଥିରେ ସର୍ବନିମ୍ନ ପରିବହନ ମୂଲ୍ୟ ୧୦୦ ରହୁଛି। ଯାତ୍ରୀ ୨ କିମି ଯାତ୍ରା କଲେ ବି ସେମାନଙ୍କୁ ୧୦୦ ଟଙ୍କା ଦେବାକୁ ପଡ଼ୁଛି।

ଏଥିରେ ଅତିଷ୍ଟ ହୋଇ ରାଜ୍ୟ ସରକାରଙ୍କ ପାଖରେ ଅଭିଯୋଗ କରିଥିଲେ କର୍ଣ୍ଣାଟକ ବାସିନ୍ଦା। ଅଭିଯୋଗ ପାଇ ସ୍ଥିତି ଯାଞ୍ଚ କରିବା ପରେ ଏହି ୩ କମ୍ପାନୀକୁ ୩ ଦିନ ଭିତରେ ଅନ୍‌ଲାଇନ ପରିବହନ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ଏଥିସହିତ ଯାତ୍ରୀଙ୍କ ଅଭିଯୋଗ ଅନୁସାରେ, ଆପ୍‌ କମ୍ପାନୀଗୁଡ଼ିକୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ କାରଣ ଦର୍ଶାଅ ନୋଟିସ ମଧ୍ୟ ଲାଗୁ କରାଯାଇଛି। ତେବେ ନିୟମ ଅନୁସାରେ, ରାଜ୍ୟରେ ୧ କିମି ପ୍ରତି ୧୫ ଟଙ୍କା ଓ ୨ କିମି ପ୍ରତି ୩୦ ଟଙ୍କା ଭଡ଼ା ନେବା କଥା । ହେଲେ କମ୍ପାନୀ ଯାତ୍ରୀଙ୍କ ପାଖରୁ ୧୦୦ ଟଙ୍କା ଆଦାୟ କରୁଛି। ଏଥିପାଇଁ କମ୍ପାନୀଗୁଡ଼ିକୁ ସରକାରଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି।

Related Articles

Back to top button