ଅଯଥାରେ କମ୍ପାନି ବିରୋଧରେ ଅପପ୍ରଚାର କରନ୍ତୁନାହିଁ , ବିରୋଧୀଦଳର ସାଂସଦଙ୍କ ଅଭିଯୋଗ ତେଜିବା ପରେ ସ୍ପଷ୍ଟିକରଣ ରଖିଲା ଆପଲ କମ୍ପାନି

ଅନେକ ବିରୋଧୀଦଳର ସାଂସଦ ଫୋନ ହ୍ୟାକ ହେଉଥିବା ଅଭିଯୋଗ ଆଣିଛନ୍ତି।ଏହି ନେତାମାନେ ଦାବି କରି କହିଛନ୍ତି କି, ‘ନିଜେ ଆପଲ କମ୍ପାନି ଏଭଳି ମ୍ୟାସେଜ ପଠାଇ ଫୋନ ହ୍ୟାକି କରିବାକୁ ଉଦ୍ୟମ କରାଯାଉଥିବା ନେଇ ସୂଚନା ଦେଇଛି।’ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରା ଏହି ଘଟଣାକୁ ନେଇ କହିଛନ୍ତି, ‘ଆପଲରୁ ସେ ଏକ ଆଲର୍ଟ ମେସେଜ ଏବଂ ଇମେଲ୍ ପାଇଛନ୍ତି। ସରକାର ତାଙ୍କ ଫୋନ୍ ଏବଂ ଇମେଲ୍ ହ୍ୟାକ୍ କରିବାକୁ ଚେଷ୍ଟା କରୁଛନ୍ତି।’ ମହୁଆଙ୍କ ବ୍ୟତୀତ କଂଗ୍ରେସ ସାଂସଦ ଶଶି ଥରୁର, ପୱନ ଖେଡା ଏବଂ ଶିବସେନା ସାଂସଦ ପ୍ରିୟଙ୍କା ଚାର୍ତୁବେଦୀ ମଧ୍ୟ ନିଜ ଫୋନକୁ ଆସିଥିବା ଏଭଳି ଆଲର୍ଟ ମେସେଜର ସ୍କ୍ରିନସଟ ସେୟାର କରି ସମାନ ଅଭିଯୋଗ ଆଣିଛନ୍ତି।କେବଳ ସେତିକି ନୁହେଁ ଆପ୍‌ ସାଂସଦ ରାଘବ ଚଡ୍ଡାଙ୍କ ଫୋନ୍‌କୁ ମଧ୍ୟ ଆପେଲ ପକ୍ଷରୁ ସମାନ ଆଲର୍ଟ ମେସେଜ ଆସିଛି। ଏହି ସତର୍କ ମେସେଜ ନେଇ ଆପଲ୍‌ ସ୍ପଷ୍ଟୀକରଣ ଦେଇ କହିଛି,‘ ଏକ “ଆଲଗୋରିଦମ ତ୍ରୁଟି” ଦ୍ୱାରା ଏଭଳି ଆଲର୍ଟ ମେସେଜ ଯାଉଛି। ଏହି ତ୍ରୁଟି ବିଷୟରେ ଶୀଘ୍ର ଏକ ବିସ୍ତୃତ ବିବରଣୀ ଜାରି କରାଯିବ। ଏଦିଗରେ କାମ ବି ଚାଲିଛି। ଏହି ଘଟଣାକୁ ଗମ୍ଭୀରତା ସହ ନିଆଯାଇଛି। ଲୋକେ ଅଯଥାରେ କମ୍ପାନି ବିରୋଧରେ ଅପପ୍ରଚାର କରୁଛନ୍ତି।’

Related Articles

Back to top button