ପଶ୍ଚିମବଙ୍ଗର ଫୁଲ ବ୍ୟବସାୟୀଙ୍କ ଗୋଦାମରୁ ଜବତ ହେଲା ୧୦୦ କୋଟିରୁ ଅଧିକ ମୂଲ୍ୟର ପ୍ରାଚୀନ ସାମଗ୍ରୀ

କୋଲକାତା: ବ୍ୟବସାୟୀଙ୍କ ଘରୁ ଜବତ ହେଲା ୧୦୦ କୋଟିରୁ ଅଧିକ ମୂଲ୍ୟର ପ୍ରାଚୀନ ସାମଗ୍ରୀ। ପଶ୍ଚିମବଙ୍ଗର ୨୪ ପରଗଣା ଜିଲ୍ଲାର ଦେଗାଙ୍ଗରେ ଏଏସଆଇ ଟିମ୍ ଚଢଉ କରି ଜଣେ ବ୍ୟବସାୟୀଙ୍କ ଘର କୋଟି କୋଟି ଟଙ୍କା ମୂଲ୍ୟର ପୁରାତନ ମୂଲ୍ୟବାନ ସାମଗ୍ରୀ ଜବତ କରିଛି। ବ୍ୟବସାୟୀଙ୍କ ନାଁ ଅସଦୁଜ୍ଜମା ବୋଲି ଜଣାପଡିଛି। ଅନ୍ୟପଟେ ଦେଗଙ୍ଗା ପୋଲିସ ମଧ୍ୟ ସାମଗ୍ରୀ ଜବତ ଖବରକୁ ସ୍ପଷ୍ଟ କରିଛି, ତେବେ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜୁ ହୋଇ ନଥିବା ସୂଚନା ମିଳିଛି।

ତେବେ ଦୋଷୀକୁ ଧରିବାକୁ ଏଏସ୍‌ଆଇ ଟିମ୍ ପୂରା ପ୍ଲାନ୍ ପ୍ରସ୍ତୁତ କରିଥିଲା। ଜଣେ ପୁରୁଷ ଓ ମହିଳା କର୍ମଚାରୀ ସ୍ୱାମି-ସ୍ତ୍ରୀ ହୋଇ ବ୍ୟବସାୟୀଙ୍କ ବିଶ୍ୱାସ ଜିତିବା ପରେ ପୁରୁଣା ସମାଗ୍ରୀ ରଖିଥିବା ଗୋଦାମରେ ପହଞ୍ଚିଥିଲେ। ଏହାପରେ ଯୋଜନା ମୁତବାକ ପୁଲିସକୁ ଖବର ଦେଇଥିଲେ।

ଏ ନେଇ ଶନିବାର ଏଏସଆଇ ପକ୍ଷରୁ ବୟାନ ଜାରି କରି କୁହାଯାଇଛି ଯେ ବିଭାଗର ଅଧିକାରୀ ବିପ୍ଲବ ଏବଂ ମହିଳା ସହଯୋଗୀ ସ୍ୱାମୀ-ସ୍ତ୍ରୀ ହୋଇ ଚଢଉ କରିବାକୁ ଯୋଜନା କରିଥିଲେ। ଅସଦୁଜ୍ଜମାଙ୍କ ଘରେ ବଡ଼ ମାତ୍ରାରେ ମୂଲ୍ୟବାନ ପ୍ରାଚୀନ ସାମଗ୍ରୀ ଥିବା ନେଇ ଦୁହେଁ ଜାଣିବା ପରେ ଏପରି ଯୋଜନା କରିଥିଲେ। ଏହାପରେ ଦୁହେଁ ବ୍ୟାବସାୟୀ ଅସଦୁଜ୍ଜମାଙ୍କୁ ନିଜେ ଦିଲ୍ଲୀର ବାସିନ୍ଦା ପରିଚୟ ଦେଇଥିଲେ ଏବଂ ଗଙ୍ଗାସାଗର ମେଳାକୁ ବୁଲି ଆସିବାକୁ କହିଥିଲେ। ଏଥିସହିତ ପ୍ରାଚୀନ ସାମଗ୍ରୀ ସଂଗ୍ରହର ସଉକ ରହିଛି ଏବଂ ତାଙ୍କ ପାଖରେ ଥିବା ମୂଲ୍ୟବାନ ସାମଗ୍ରୀ ଦେଖିବାକୁ ଇଚ୍ଛୁକ ଥିବା ବୋଲି ଉଭୟ କହିଥିଲେ। କିନ୍ତୁ ପ୍ରଥମେ ବ୍ୟବସାୟୀ ରାଜି ହୋଇ ନଥିଲେ, ପରେ ଦୁଇ ଅଧିକାରୀ ବିଶ୍ୱାସ ଜିତିବା ପରେ ନିଜ ଗୋଦାମକୁ ନେଇଥିଲା।

ସୂଚନା ଅନୁସାରେ, ସେଠାରେ ଥିବା ପ୍ରାଚୀନ ସାମଗ୍ରୀ ଦେଖି ଅଧିକାରୀମାନେ ଆଚମ୍ୱିତ ହୋଇଥିଲେ। ଯୋଜନା ଅନୁସାରେ ଅଧିକାରୀମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୋଗାମରୁ ୧୫ ହଜାରରୁ ଅଧିକ ମୌର୍ଯ୍ୟ ଏବଂ କୃଷାଣ କାଳର ବହୁ ମୂଲ୍ୟବାନ ସାମଗ୍ରୀ ଜବତ କରିଥିଲା।

ପୁଲିସ ଅସଦୁଜ୍ଜମାକୁ ଗିରଫ କରିବା ପରେ ପଚରାଉଚରା କରିଥିଲା। ଏହି ସାମଗ୍ରୀ ଗୁଡିକକୁ ବିଦେଶରେ ବେଆଇନ ଭାବେ ବିକ୍ରି କରାଯାଉଥିଲା । କିଛି ସାମଗ୍ରୀର ବୈଧ କାଗଜପତ୍ର ଥିବା ବେଳେ ଅନେକ ସାମଗ୍ରୀ ବେଆଇନ ଭାବେ ରଖାଯାଇଥିଲା ବୋଲି ପୁଲିସ ପଚରାଉଚରା କରିବା ପରେ ଜଣାପଡ଼ିଥିଲା। ଅସଦୁଜ୍ଜମା ଜଣେ ଫୁଲ ବ୍ୟବସାୟୀ ହୋଇ ଏତେ ଟଙ୍କାର ସାମଗ୍ରୀ ରଖିବା ପରେ ପୁଲିସ ସନ୍ଦେହ ହୋଇଥିଲା। ଏନେଇ ପୂରା ଯୋଜନାବଦ୍ଧ ଭାବେ ଚଢ଼ାଉ କରାଯାଇଥିଲା।

Related Articles

Back to top button