ଭାରତଠୁ ଲଢୁଆ ବିମାନ ଓ ମିସାଇଲ୍ କିଣିବ ଆର୍ଜେଣ୍ଟିନା

ଭାରତ ବିକାଶର ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛି । ନୂଆ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ଦିନ କୁ ଦିନ ଭାରତ ନିଜର ସ୍ଥିତିକୁ ଦୃଢ କରିବାରେ ମଧ୍ୟ ଲାଗିଛି । ପ୍ରତିରକ୍ଷା କ୍ଷେତ୍ର ହେଉ କି ବିକାଶ କ୍ଷେତ୍ର ଭାରତ ତାର ସ୍ଥାନକୁ ସର୍ବୋଚ୍ଚରେ ପହଁଚେଇବା ପାଇଁ ସର୍ବଦା ଚେଷ୍ଟା କରିଥାଏ । ଯାହା ଜ୍ଵଳନ୍ତ ଉଦାହରଣ ହେଉଛି ଆର୍ଜେଣ୍ଟିନା ଭାରତ ଠାରୁ ଅସ୍ତ୍ରଶସ୍ତ୍ର କିଣିବାକୁ ଯାଉଛି ।

ସୂଚନା ଅନୁସାରେ , ଆର୍ଜେଣ୍ଟିନାର ପ୍ରତିରକ୍ଷା ମନ୍ତ୍ରୀ ଗତ ମାସରେ ଭାରତ ଗସ୍ତରେ ଆସିଥିଲେ । ଏହି ସମୟରେ ସେ ବ୍ରହ୍ମୋସ ଓ ତେଜସ୍ ନିର୍ମାଣ କେନ୍ଦ୍ରକୁ ବୁଲିଦେଖିଥିଲେ । ଆଉ ସେ ଭାରତରେ ତିଆରି ହେଉଥିବା ଅସ୍ତ୍ରଶସ୍ତ୍ର ଓ ମିସାଇଲକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ କହିଥିଲେ କି, ତାଙ୍କ ଦେଶ ଭାରତଠାରୁ ବ୍ରହ୍ମୋସ ଏବଂ ତେଜସ୍ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର କିଣିବାକୁ ଚାହୁଁଛି । ଭାରତରେ ନିର୍ମିତ ଦୁନିଆର ସବୁଠୁ ହାଲୁକା ଲଢୁଆ ବିମାନ ତେଜସ୍ ଓ ସଙ୍ଗେ ସଙ୍ଗେ ଆକ୍ରମଣ କରିପାରୁଥିବା ବ୍ରହ୍ମୋସ ମିସାଇଲକୁ କିଣିବାକୁ ଚାହୁଁଛି ଆର୍ଜେଣ୍ଟିନା ।

Related Articles

Back to top button